Spread the love

ଢେଙ୍କାନାଳ: ଦୁର୍ଗା ବଜାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ୧୩ ତମ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି। ଆଞ୍ଚଳିକ ଶାଖା ପରିଚାଳକ ଶ୍ରୀଯୁକ୍ତ ସିପ୍ ସାଗର ଆଚାର୍ଯ୍ୟ ଙ୍କ ତତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କ ର ବିଭିନ୍ନ ଋଣ ପ୍ରଦାନ ଯୋଜନା ସମ୍ଭଦ୍ଧ ରେ ସଚେତନା କରାଯାଇଥିଲା। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୨୦୧୩ ଜାନୁୟାରୀ ୦୭ ରେ ପ୍ରତିଷ୍ଠା ହୋଇଥଲା। ଏହି ପ୍ରତିଷ୍ଠା ଉତ୍ସବ ରେ ଆଂଚଳିକ କାର୍ଯ୍ୟାଳୟ ତରଫ ରୁ ସ୍ଥାନୀୟ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଗୋବିନ୍ଦ ପୁର ନିକଟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବାସିନ୍ଦା ଙ୍କୁ ଖାଦ୍ୟ ସହ ପାଠ୍ୟ ଉପକରଣ ପ୍ରଦାନ କରିଥିଲା। ଏହି କାର୍ଯ୍ୟକ୍ରମ ରେ ଆଞ୍ଚଳିକ ଶାଖା ପରିଚାଳକ ଶ୍ରୀଯୁକ୍ତ ସିପ୍ ସାଗର ଆଚାର୍ଯ୍ୟ ଙ୍କ ସମେତ ଉଷାରାଣୀ ବେହେରା, ଦେବସ୍ମିତା ଷଡଙ୍ଗୀ, ସଲମାନାଜ୍ ଖାନେମ୍, ଅପରାଜିତ ପାତ୍ର, ଅକ୍ଷୟ ଷଡ଼ଙ୍ଗୀ, ଦେବାଶିଷ ପରିଡ଼ା, କୈବଲ୍ୟ ନାୟକ ଓ ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *