Spread the love

ଢେଙ୍କାନାଳ: ରିଟାୟାର୍ଡ ପୋଲିସ୍ ଅସୋସିଏସନ ଢ଼େଙ୍କାନାଳ ତରଫରୁ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସୋଗର ମହାତ୍ମାଗାନ୍ଧୀ ଔଷଧିୟ ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୬୦ ରୁ ଉର୍ଦ୍ଧ୍ବ ପରିବାର ଯୋଗ ଦେଇଥିଲେ ।ସଭାପତି ଅକ୍ଷୟ କୁମାର ସାହୁ ଙ୍କ ଦ୍ଵାରା ଆୟୋଜନ ହୋଇଥିଲା ବନ୍ଧୁ ମିଳନ। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଉତ୍କଳ ଦାସ ଓ ତାଙ୍କର ଧର୍ମ ପତ୍ନୀ ସୁମିତ୍ରା ଦାସ ଯୋଗ ଦେଇଥିଲେ। ଶ୍ରୀ ଦାସ ମଧୁ ମେହ ରୋଗ ଉପରେ ଅବଗତ କରାଇଥିଲେ । ସମ୍ପାଦକ ବ୍ରହ୍ମାନନ୍ଦ ନାୟକ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଦାସ, ସହ ସମ୍ପାଦକ ନିତ୍ୟାନନ୍ଦ ପତି ଓ ଯୁଗଳ କିଶୋର, କାର୍ଯ୍ୟ କାରିଣୀ ସଭାପତି ପ୍ରଦୀପ କୁମାର ମିଶ୍ର ଓ ଗୋବର୍ଦ୍ଧନ ସାହୁ ଏବଂ ଏହି କାର୍ଯ୍ୟକ୍ରମ ପଦ୍ମନାଭ ଲେଙ୍କା ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା। ପ୍ରଦୀପ୍ତ କୁମାର ପାଣି, କୁମ୍ଭକର୍ଣ୍ଣ ରାଉଳ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *