Spread the love

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସଫଳ ଭାବେ ଉଦଯାପିତ ହେଲା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ଢେଙ୍କାନାଳ, ତା: ୧୫ ଏପ୍ରିଲ –ଓଡିଆ ପକ୍ଷ ପାଳନ ଅବସରରେ ଗ୍ରୀଷ୍ମ ପ୍ରବାହ ଓ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (NSS), ଯୁବ ରେଡକ୍ରସ୍ (YRC) ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC) ର ମିଳିତ ପ୍ରୟାସରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ସାହୁ ଓ ପ୍ରଶାସନିକ ଅଧିକାରୀ ଡ଼ଃ ଦେବାଶିଷ ମହାନ୍ତି, ଢେଙ୍କାନାଳ ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ, ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ସ୍ଵେଚ୍ଛାସେବୀଙ୍କ ଉପସ୍ଥିତିରେ ଏହି ଶିବିରକୁ ଉଦଘାଟନ କରିଥିଲେ ।ଏହି ଶିବିରକୁ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ଡ଼ଃ ଭୂପେଶ୍ ସାହୁ ଓ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ରବର୍ଟ ଉଇଲସନ୍ ଭତ୍ରା ସଫଳ ରୂପେ ପରିଚାଳନା କରିଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ବୃହତ୍ ସଂଖ୍ୟାରେ ଉପସ୍ଥିତ ହୋଇ ଉତ୍ସାହର ସହିତ ରକ୍ତଦାନ କରିଥିଲେ। ରକ୍ତ ଦାନ ପ୍ରତି ବ୍ୟକ୍ତିର ଜୀବନ ରକ୍ଷାରେ ଏହି ଦାନ କେତେଟା ମୂଲ୍ୟବାନ ତାହାକୁ ସମସ୍ତଙ୍କ ମନେ ବିତରଣ କରିବା ଉଦ୍ଦେଶ୍ୟରେ ଏହି ପ୍ରଚେଷ୍ଟା କରାଯାଇଥିଲା।

ଏହି ଶିବିରର ଶେଷରେ ମୋଟ ୮୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା, ଯାହା ନିଶ୍ଚିତ ଭାବେ ରକ୍ତ ଭଣ୍ଡାରରେ ଅଭାବ ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ। ଏହି ଅଭିଯାନ ମାନବିକତା, ସେବା ଓ ସାମାଜିକ ଦାୟିତ୍ୱର ଏକ ଉଜ୍ଜ୍ୱଳ ଉଦାହରଣ ରୂପେ ପ୍ରତିଷ୍ଠିତ ହୋଇଛି।

ଏହି ସଫଳତା ପାଇଁ ମହାବିଦ୍ୟାଳୟ ପରିବାର, ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ସ୍ଵେଚ୍ଛାସେବୀ ଓ ରକ୍ତ ଦାନ କରିଥିବା ସମସ୍ତ ମହାନୁଭାବଙ୍କୁ ଅଭିନନ୍ଦନ ଜଣାଯାଇଛି।

Leave a Reply

Your email address will not be published. Required fields are marked *