Spread the love

ତଳମୁଳ ଉଚ୍ଚ ବିଦ୍ୟାଳୟର ୧୯୯୧ ବ୍ୟାଚ ବନ୍ଧୁ ମିଳନ

ଅନୁଗୋଳ:ଅନୁଗୋଳ ଜିଲ୍ଲାର ଚଣ୍ଡୀ ଖମଣରେ ଥିବା ପ୍ରସିଦ୍ଧ ଶୈବ ପୀଠ ଠାରେ ଚତୁର୍ଥ ତମ ତଳମୁଳ ଉଚ୍ଚ ବିଦ୍ୟାଳୟ ର ୧୯୯୧ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ବନ୍ଧୁ ମିଳନ ରେ ୧୨୦ଜଣ ଛାତ୍ର ଛାତ୍ରୀ ଏବଂ ୧୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କାର୍ଯ୍ୟରତ ଓ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବନ୍ଧୁତ୍ୱର ମହତ୍ତ୍ଵ ଉପରେ କିଛି ନୂତନ ଦିଗ ଦର୍ଶନ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବରେ ଶିକ୍ଷୟିତ୍ରୀ ଶ୍ରୀମତୀ ହିରଣ୍ୟ ପ୍ରଭା ତ୍ରିପାଠୀ ମହୋଦୟା ଶିକ୍ଷକ ଓ ଛାତ୍ର ଛାତ୍ରୀ ମଧ୍ୟରେ ସୁ ସମ୍ପର୍କ ତଥା ବନ୍ଧୁତ୍ୱ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ସୁଶାନ୍ତ କୁମାର ନନ୍ଦ ସଭାପତିତ୍ୟ କରିଥିବାବେଳେ ସୁଶାନ୍ତ କୁମାର ନାଥ ବାର୍ଷିକ ବିବରଣୀ ପାଠ କରିଥିଲେ। ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସମ୍ପାଦକ ପତିତପାବନ ବାଡିଆ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସଭାପତି ସତ୍ୟନାରାୟଣ ଦାସ ସହଯୋଗ କରିଥିବାବେଳେ ପ୍ରମୋଦ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।ଅନୁଗୋଳ ରୁ ସୁଧାକର ସାହୁ

Leave a Reply

Your email address will not be published. Required fields are marked *