Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ତାଲଚରରେ ଆସିବାକୁ ଥିବା TTPS ର ନୂତନ ୟୁନିଟ୍ : NTPC ମୁଖ୍ୟଙ୍କ ସହ କଥାବାର୍ତ୍ତା ହେଲେ ଓଡିଶା ଓଡିଶା ଚିଫ ସେକ୍ରେଟାରୀ

 

 

ଜେ ବି ଏନ, ୦୧/୦୪ /୨୦୨୧, ଭୁବନେଶ୍ୱର: ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୁଧବାର ଦିନ ତାଲଚେରରେ ତାଲଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ର ଏକ ନୂତନ ୟୁନିଟ୍ ପ୍ରତିଷ୍ଠା ନେଇ ଏନଟିପିସିର ଅଧ୍ୟକ୍ଷ ତଥା ସିଏମଡି ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି।

 

ବୈଠକ ପରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, “ଏ ବାବଦରେ ଏକ ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇଛି। ଏ ବାବଦରେ ବିସ୍ତୃତ ଆଲୋଚନା ପାଇଁ ଆସନ୍ତା ସୋମବାର ସୁଦ୍ଧା ଏନଟିପିସି GRIDCO, ଓଡିଶା ଶକ୍ତି ବିଭାଗ ଏବଂ ଅନ୍ୟ ହିତାଧିକାରୀଙ୍କ ସହ ଏକ ବୈଠକ କରାଯିବ । ”

 

 

 

 

 

ମହାପାତ୍ର କହିଛନ୍ତି ଯେ ଏହି ବୈଠକରେ ହିତାଧିକାରୀମାନେ ପ୍ରସ୍ତାବିତ ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରିତା, ସମସ୍ୟା ଏବଂ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଉପରେ ଆଲୋଚନା କରିବେ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

 

ତାପଜ ବିଦ୍ୟୁତ୍ ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି।