ତାଳଚେରରେ ଟିଏଫ୍ଏଲ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ, ଯୋଗଦେଲେ ପ୍ରଶାସନିକ ଓ ପୁଲିସ ଅଧିକାରୀ
ତାଳଚେର: ତାଳଚେର ଉପଜିଲ୍ଲାପାଳ ପ୍ରଜ୍ଞା ନନ୍ଦନ ଗିରିଙ୍କ ଅଧ୍ୟକ୍ଷତାରେ ଟିଏଫ୍ଏଲ୍ (TFEL) ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଶାସନ, ପୁଲିସ, ବନ ବିଭାଗ, ଆଇନଜୀବୀ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ।

ଏହି ବୈଠକରେ ତାଳଚେର ଏସ୍ଡିପିଓ ଭରତ କୁମାର ସାହୁ, ତାଳଚେର ଫରେଷ୍ଟ ରେଞ୍ଜର ଚାରୁଲତା ନାୟକ, ବିକ୍ରମପୁର ଥାନା ଆଇଆଇସି ଲଳିତା ପ୍ରଧାନ, ତାଳଚେର ବ୍ଲକ ଅଧ୍ୟକ୍ଷ, ତାଳଚେର ତହସିଲଦାର ଆଲଫା ଜେନାଙ୍କ ସମେତ ତାଳଚେର କୋର୍ଟର ବହୁ ବିଶିଷ୍ଟ ଆଇନଜୀବୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ବୈଠକରେ ଟିଏଫ୍ଏଲ୍ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ତେବେ ବୈଠକରେ ଆଲୋଚିତ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଓ ନିଷ୍ପତ୍ତି ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।
ତାଳଚେରରୁ ସନାତନ କରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।

