Spread the love

ତାଳଚେର ଅଂଚଳରେ ବଜ୍ରାଘାତ :୧୧ଗୋରୁ ମୃତ
଼ତାଳଚେର, ୩୦/୦୮ ଆଜି ହଠାତ୍ ଅପରାହ୍ଣ ୨ଘଟିକା ସମୟରେ ତାଳଚେର ଅଂଚଳରେ ବର୍ଷା ସହିତ ବିଜୁଳି ଚଡ଼କ ମାରିଥିଲା । ଫଳରେ ତାଳଚେର ବ୍ଲକ କଣ୍ଢାଳ ପଂଚାୟତ ଗ୍ରାମ ବଡ଼ବନ୍ଧ ନିକଟରେ ୧୧ଗୋଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଗୋରୁଗାଈ ଗୁଡ଼ିକ ଚିହ୍ନଟ ହୋଇନଥିଲେ ମଧ୍ୟ କଣ୍ଢାଳ ସରପଂଚ ଯଶୋବନ୍ତୀ ବେହେରା ଗୋରୁଗାଈ ଗୁଡ଼ିକୁ ମାଲିକମାନେ ଚିହ୍ନଟ କରି ନେବାପାଇଁ ଅନୁରୋଧ କରିବା ସହିତ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରାପ୍ତ ହୁଅନ୍ତୁ ବୋଲି ହ୍ୱାଟସାପ୍ ମଧ୍ୟମରେ ମେସେଜ୍ କରିଛନ୍ତି । ତେଣୁ ଏହି ଦୁଃଖଦ ଏହି ଖବର ପ୍ରଚାରିତ ହେବାପରେ ସେହି ଜାଗାକୁ ଦର୍ଶକ ସୂଅ ଛୁଟିଥିଲା ଓ ସମସ୍ତଙ୍କ ମୁହଁରେ ଆହା…ସ୍ୱର ଶୁଣିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *