Spread the love

ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ
୧୪ରେ ପୂଜା ୨୬ରେ ଭସାଣୀ
ତାଳଚେର, ୨୮/୦୮ କେନ୍ଦ୍ରୀୟ ଗଣେଶପୂଜା କମିଟିର ସଭାପତି ତଥା ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ତାଳଚେରର ପ୍ରସିଦ୍ଧ ଗଣେଶପୂଜାର ପ୍ରଥମ ବୈଠକ ଦେଉଳବେଡ଼ା ସ୍ଥିତ ଡ଼ିସିଆଇ ହଲରେ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ବିଧାୟକ ବ୍ରଜକିଶୋର ପ୍ରଧାନ, ପୌରପରିଷଦ ନଗରପାଳ ପବିତ୍ର ଭୂତିଆ, କମିଟିର କାର୍ଯ୍ୟକାରୀ ସଭାପତି ତଥା ଏସଡ଼ିପିଓ ଭରତ ଚନ୍ଦ୍ର ସାହୁ, ଉପସଭାପତି କେଶବ ଭୂତିଆ, ପ୍ରଭାତ ପଟ୍ଟନାୟକ, ସାଧାରଣ ସମ୍ପାଦକ ଜିତେନ୍ଦ୍ର ଦାସ, ଥାନା ଅଧିକାରୀ ବିଭୂଦତ ରାଉତରାଏ ଯୋଗଦେଇ ଚଳିତବର୍ଷ ପ୍ରସିଦ୍ଧ ଗଣେଶପୂଜା କିପରି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବା ନେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ତାଳଚେର ପ୍ରସିଦ୍ଧ ଗଣେଶପୂଜା ଆସନ୍ତା ୧୪ତାରିଖରେ ଆରମ୍ଭହୋଇ ୨୬ତାରିଖ ଇନ୍ଦୁପୂର୍ଣ୍ଣିମା ତିଥିରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । ଘୋଡ଼ାଶାଳ ଠାରୁ ଆରମ୍ଭ କରି ୫କିମି ବ୍ୟାପି ହାଣ୍ଡିଧୂଆଁ ପର୍ଯ୍ୟନ୍ତ ଶତାଧିକ ପୂଜାମଣ୍ଡପରେ ପ୍ରଭୂ ଗଣେଶ ପୂଜା ପାଇଥାନ୍ତି ଓ ଅଧିକ ଆକର୍ଷଣ କରାଯିବା ନେଇ ପୂଜାମଣ୍ଡପର କର୍ମକର୍ତାମାନେ ନିଜର ମତ ରଖିଥିଲେ । ଏଥିସହ ଶ୍ରଦ୍ଧାଳୁମାନେ କିପରିଭାବେ ସୁରୁଖୁରୁରେ ପୂଜାମାହୋଲକୁ ଉପଭୋଗ କରିବେ ଏହାକୁ ନେଇ କମିଟି ଗୁଡ଼ିକ ପୂଜାଆରମ୍ଭ ଦିନ ଠାରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କମିଟିର କର୍ମକର୍ତାଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି ଶଦ୍ଦପ୍ରଦ୍ୟୁଷଣ ରୋକିବା ନେଇ ଡ଼ିଜେକୁ ବାରଣ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜା ସମୟରେ ଶାନ୍ତିଶୃଙ୍ଖଳାର ସହ କରାଯିବାକୁ ନେଇ କମିଟି ଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ କରିଥିଲେ । ଭସାଣୀ ପୂର୍ବଦିନ ୩.୫ଶହରୁ ଉର୍ଦ୍ଧ୍ୱ ଲଡ଼ୁ କରିବାକୁ ମତପ୍ରକାଶ ପାଇଥିଲା । ଏଥିନେଇ ସାଂସଦ ରୁଦ୍ରନାରାୟଣ ପାଣି ୩ଲକ୍ଷଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ପୂର୍ବତନ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆର୍ଥିକ ସହାୟତା ପ୍ରଦାନ କରିବାକୁ କହିଛନ୍ତି ବୋଲି ସାଧାରଣ ସମ୍ପାଦକ ପ୍ରକାଶ କରିଛନ୍ତି । ପ୍ରଦେଶିକା ଦେୟ କ’ବିଭାଗ ୫ହଜାର ଓ ଖ’ବିଭାଗ ପୂଜାକମିଟି ୪ହଜାର ଟଙ୍କା ଆଗାମୀ ୭ତାରିଖ ମଧ୍ୟରେ କେନ୍ଦ୍ରୀୟ କମିଟିର କୋଷାଧ୍ୟକ୍ଷ ହୃଷିକେଶ ସାହୁଙ୍କୁ ପୈଠ କରିବାକୁ କୁହାଯାଇଛି । ମେଢ଼ ଗୁଡ଼ିକର ଉଚ୍ଚତା କମ କରିବା, ପରିମଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଅଘଟଣ ପାଇଁ, ଅଗ୍ନିଶମ ବିଭାଗକୁ ଦାୟୀତ୍ୱ ଦିଆଯାଇଥିବା ବେଳେ ରାସ୍ତା ମରାମତି ପାଇଁ ପିଡ଼ବ୍ଲୁ ବିଭାଗକୁ କୁହାଯାଇଛି । ପୂଜା ଠାରୁ ଭସାଣୀ ମଧ୍ୟରେ କୋଇଲା ପରିବହନ ଅପରାହ୍ଣ ୪ଘଟିକା ରୁ ରାତ୍ରୀ ୧୨ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବାକୁ ମତପାଇଥିଲା । ଶେଷରେ କୋଷାଧ୍ୟକ୍ଷ ଶ୍ରୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମସ୍ତ ପୂଜା କମିଟିର କର୍ମକର୍ତା ଓ ଉପଦେଷ୍ଟା ମଣ୍ଡଳୀମାନେ ଏହି ବୈଠକରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *