Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ତୁରଙ୍ଗ ଗ୍ରାମରେ ଆଜି ମଶାରୀ ବଣ୍ଟନ

ଜେ ବି ଏନ୍, ୨୪/୧୨/୨୦୨୦(ଚୈତନ୍ୟ ସାହୁ) ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତର ଦେହୁରୀ ସାହି ଅଙ୍ଗନବାଡି ‘ଖ’ କେନ୍ଦ୍ର ଠାରେ ଆଜି ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷ୍ୟରୁ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚ୍ଚାରିତ ମଶାରୀ ବଣ୍ଟନ କରାଯାଇଥିବାର ଦୃଶ୍ୟା ଦେଖିବାକୁ ମିଳିଥିଲା । ଏଏନଏମ ଶ୍ରୀମତୀ ସୁଫଳା ବିଶ୍ଵାଳଙ୍କ ନେତୃତ୍ଵରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚ୍ଚାରିତ ମଶାରୀ ବଣ୍ଟନ କରାଯାଇଥିଲା । ତୁରଙ୍ଗ ଗ୍ରାମପଞ୍ଚାୟତର ଦେହୁରୀ ସାହି ଅଙ୍ଗନବାଡି ‘ଖ’ ଦିଦି ଶ୍ରୀମତୀ ବୈଜୟନ୍ତ ପ୍ରଧାନ, ଆଶା ଦିଦି ଶ୍ରୀମତୀ ମାନସୀ ସାମଲ, ସହଯୋଗୀ ଶ୍ରୀମତୀ ଟିକି ମହାନ୍ତି ଏବଂ ଶ୍ରୀଯୁକ୍ତ ପବିତ୍ର ମୋହନ ଦାସ ମଶାରୀ ବଣ୍ଟନରେ ସହାୟତା କରିଥିଲେ।