Spread the love

ତ୍ରିବେଣୀ କମ୍ପାନୀ ଦ୍ବାରା ନିୟୋଜିତ ଗ୍ରେଡର୍ ମେସିନ୍ ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

କେନ୍ଦୁଝର ଜିଲ୍ଲାର ପାସ୍ଵବର୍ତି ସଂଲଗ୍ନ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ରେ ତ୍ରିବେଣୀ କମ୍ପାନୀ ଦ୍ବାରା କାର୍ଯ୍ୟରେ ନିୟୋଜିତ ଗ୍ରେଡର୍ ମେସିନ୍ ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୁଏ। ସୂଚନା ଅନୁଯାୟୀ ରଘୁନାଥ ଦାସ୍ ନାମକ ବ୍ୟକ୍ତି ଜିତେନ୍ଦ୍ର ଗୁପ୍ତା ନାମକ ସିଭିଲ କଣ୍ଟ୍ରାକଟର ପାଖରେ ସୁନ୍ଦରଗଡ଼ ଜିଲ୍ଲା ଗଣୁଆ ରେ କାର୍ଯ୍ୟ କରୁଥିଲେ। ଶନିବାର ରଘୁନାଥ ଗାଣୁଆ ପଟାବେଡା କୁ ଜଳଖିଆ କରିବାକୁ ଯାଇଥିବା ବେଳେ ତ୍ରିବେଣୀ କମ୍ପାନୀ ଦ୍ବାରା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଏକ ଗ୍ରେଡର୍ ମେସିନ୍ ଯାହାର ନମ୍ବର୍ OD 33AF- 5909 ଧକ୍କାରେ ରଘୁନାଥ ଦାସ୍ ଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଶଳା ଅଭିଯୋଗ କରିଛନ୍ତି। ତେବେ ଶବକୁ ବ୍ୟବଛେଦ ପାଇଁ କୋଇଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କ ଘର ଲୋକେ କ୍ଷତି ପୂରଣ ଦାବିରେ କୋଇଡା ଥାନାର ଦ୍ୱାରସ୍ଥ ହୋଇ ଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *