Spread the love

*ଦଳାଲ କବଜାରେ ପଂଚାୟତ ଅଫିସ । ସବୁ ଜାଣି ଶୁଣି ପ୍ରଶାସନ ନୀରବ , ସରକାରଙ୍କ ନିଦ ଭାଙ୍ଗିବ କେବେ ?

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଏପରି ବ୍ଯବହାର କାହିଁକି?*

(ବ୍ୟୁରୋ ରିପୋର୍ଟ) ସରକାରଙ୍କ ସବୁ ନିୟମକୁ ବେଖାତିର କରି ଦଲାଲ ସାଜିଛି କୁଜିନେତା ଆଉ ସବୁ ଜାଣି ସୁଦ୍ଧା ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା : ହଁ ଆଜ୍ଞା ଆମେ କହୁଛୁ ଓଡ଼ିଶା ର ଭାତ ହାଣ୍ଡି ବରଗଡ ଜିଲ୍ଲା ଅତାବିରା ବ୍ଲକ ଟୋପ ଗ୍ରାମ ପଂଚାୟତ କଥା, ଯେଉଁଠାରେ ଲୋକଙ୍କ ମୌଳିକ ସୁବିଧା ପାଇଁ ସରକାରଙ୍କ ଯେତେ ସବୁ ଯୋଜନା କରିଛନ୍ତି କେବଳ କୁଜିନେତାଙ୍କ ଦବଦବାରେ ଯୋଜନାର ସବୁ ଅର୍ଥ ହେଇଯାଉଛି ବାଟ ମାରଣା । ସରପଞ୍ଚଙ୍କ ଦବଙ୍ଗଗିରି ଆଉ କେତେ ଦିନ ଚଳିବ ? ଗାଁ ର କିଛି କୁଜିନେତାଙ୍କ ଚାପରେ ସାମ୍ବାଦିକ ବିରୁଦ୍ଧରେ ଗାଁରେ କଙ୍ଗାରୁ କୋର୍ଟ କରିବା ସହ ଦୁଇ ଲକ୍ଷ ଟଙ୍କା ର ଜୋରିମାନା କରିବା କେତେ ଯୁକ୍ତିଯୁକ୍ତ ?ପ୍ରତିବାଦ କରିବାରୁ ସାମ୍ବାଦିକଙ୍କ ପରିବାର ଉପରେ ଆକ୍ରମଣ ହେଲା । ସାମ୍ବାଦିକ ଅତାବିରା ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତଙ୍କୁ ଧରିବା ପରିବର୍ତ୍ତେ ପୋଲିସ୍ ସହ ସରପଞ୍ଚଙ୍କକିଛି କୁଜିନେତା ମିଶି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ଯାହାକି ଆଜି ବି ନିନ୍ଦନୀୟ? ଯଦି ଲୋକଙ୍କ ସମସ୍ୟା କୁ ଲୋକ ଲୋଚନ କୁ ଆଣିବା କଣ ଭୁଲ? ଯଦି ଜାଗ୍ରତ ପ୍ରହରୀ ରୂପରେ ସତ୍ୟକୁ ସାମ୍ନାକୁ ଆଣିଲେ ସାମ୍ବାଦିକକୁ ଜୀବନ ଦେବାକୁ ପଡ଼ିବ ନାଁ ସତ୍ୟ ଘଟଣାକୁ ନେଇ ଖବର ପ୍ରସାରଣ କଲେ ସାମ୍ବାଦିକଙ୍କ ପେଟକୁ ଲାତ ମାରିବା ଭଳି ଘଟଣା ସବୁ ବେଳେ ଘଟିବ? ଗାଁ ର କିଛି କୁଜିନେତା ଓ ସରପଞ୍ଚ ଯଦି ଏପରି କରିବେ ତେବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କାହା ପାଇଁ ? ମାଙ୍କଡ଼ ହାତରେ ଶାଲଗ୍ରାମ ଯୋଗୁଁ ଆଜି ଏ ଦୁର୍ଦ୍ଦଶା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ? ତେବେ ଦେଖାଯାଉ ଏ ଖବର ପ୍ରସାରଣ ପରେ ପ୍ରଶାସନର ଭୂମିକା କଣ ରହିବ? ବିଜେପିର ମୋହନ ସରକାରକୁ ପ୍ରମାଣ କରିବାର ସମୟ ଆସିଛି ଯେ କାହା ଦବଦବା ରେ ଗାଁ ବସିଥିଲା କଙ୍ଗାରୁ କୋର୍ଟ? ଆଉ ଏ ପର୍ଯ୍ୟନ୍ତ କାହିଁକି ଅଭିଯୋଗ ନମ୍ବର- (୨୪୪୯୪୦୦୪୨୩୦୦୦୧୦) କୁ ନେଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେଉନାହିଁ ? ପୋଲିସ ପ୍ରଶାସନ କିଛି ପକେଟ ମନି ନେଇ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରୁନାହିଁ ତ ? ଦେଖିବାକୁ ବାକିରହିଲା ଆଜିର ସରକାରଙ୍କ ଭୂମିକା ଏ ଦିଗରେ କଣ ରହୁଛି…?

Leave a Reply

Your email address will not be published. Required fields are marked *