Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଦଶମ ଶ୍ରେଣୀର ପାଠପଢା ଆରମ୍ଭ ପାଇଁ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲ ର ପ୍ରସ୍ତୁତି

(ଜେ ବି ଏନ /ସୁଶାନ୍ତ କୁମାର) ୦୭/୦୧ /୨୦୨୧ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲ ପରିସରରେ ଦଶମ ଶ୍ରେଣି ଛାତଛାତ୍ରୀ ମାନଙ୍କ ପାଠପଢା ଆରମ୍ଭ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ସରକାରଙ୍କ ପକ୍ଷରୁ ପାରିତ କରାଯାଇଥିବା ଦଶମ ଶ୍ରେଣୀର ପରିକ୍ଷା ଆଗକୁ ଥିବାରୁ ଛାତ୍ରଛାତ୍ରୀ ମାନେ ୧୦୦ ଦିନର କ୍ଲାସ୍ କରିବେ।

୧୦୦ ଦିନ ରେ ରବିବାର ଦିନ ମଧ୍ୟ କ୍ଲାସ ହେବାର ସୂଚନା ମିଳିଛି। ପ୍ରଧାନ ଶିକ୍ଷୟିତ୍ରୀ ଙ୍କ କହିବା ଅନୁଯାୟୀ ଏହି ୧୦୦ ଦିନ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବା ସହ କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ସ୍କୁଲ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ଓ ତାହା ସହ ଅଭିଭାବକ ମାନେ ମଧ୍ଯ ଏଥିପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି।