Spread the love

ଦଶ ଦିନ ହେଲାଣି ଅନ୍ଧାରରେ ନାରଦମୁଣ୍ଡା…….

.କଙ୍କଡ଼ାହାଡ଼ ବ୍ଲକ ପରଜଙ୍ଗ ବିଧାୟକ ଗାଁ ରେ ସମସ୍ୟା ସମାଧାନ ହେଇପାରୁନି ବିଦ୍ୟୁତ୍ବ ବିଭାଗ ନିରବ!୧୦ ଦିନ ହେଲାଣି ଅନ୍ଧାରରେ ନାରଦମୁଣ୍ଡା ବାସିନ୍ଦାଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ ଅଞ୍ଚଳପଙ୍ଗାତିରା ପଞ୍ଚାୟତର ନାରଦମୁଣ୍ଡା ସାହିର ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଗତ ୧୦ ଦିନ ଧରି ବିଦ୍ୟୁତ୍ ସେବା ବନ୍ଦ ରହିଛି।ଦୀର୍ଘଦିନ ଧରି ବିଦ୍ୟୁତ୍ ନଥିବାରୁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଉପରେ ବହୁ ଅସୁବିଧା ଭୋଗୁଛନ୍ତି !ରାତିରେ ଅନ୍ଧାର ଆଲୋକ ପାଇଁ ଅନ୍ୟ ଉପାୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗ୍ରାମବାସୀଙ୍କ ଦାବି:ଯଥାଶୀଘ୍ର ପୋଡ଼ିଯାଇଥିବା ଟ୍ରାନ୍ସଫର୍ମର ବଦଳାଯାଉ। ନୂଆ ଟ୍ରାନ୍ସଫର୍ମର ସ୍ଥାପନ କରାଯାଉ। ନାରଦମୁଣ୍ଡାର ବିଦ୍ୟୁତ୍ ସେବା ତୁରନ୍ତ ସ୍ୱାଭାବିକ କରାଯାଉ। ଗ୍ରାମବାସୀଙ୍କ ଅନୁରୋଧ ଆଉ ଅପେକ୍ଷା ନୁହେଁ, ତୁରନ୍ତ ବିଦ୍ୟୁତ୍ ସେବାଯୋଗାଇ ଦିଆଯାଉ। ଅଭିଯୋଗ: ନାରଦମୁଣ୍ଡା ଗ୍ରାମବାସୀ ଦାବି କରିଛନ୍ତି!ଇଲେକ୍ସନ ଆଗରୁ ସଭା ସମିତି ବାରମ୍ବାର କରାଯାଉଥିଲା!କିନ୍ତୁ ଲୋକଙ୍କ ସମସ୍ୟା ଆସିଲେ ନେତା ମାନଙ୍କର ଦେଖା ନାହିଁ!ମାଟି ରାସ୍ତ ରେ ପାଞ୍ଚ ବର୍ଷ ହେଲାଣି ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ ରାସ୍ତା କାଦୁଅରେ ସ୍କୁଲ ମେଡିକାଲ ଯାତାୟାତ କରିବାକୁ ପଡୁଛି!

Leave a Reply

Your email address will not be published. Required fields are marked *