ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସାଧୁତା ଶପଥ ପାଠ।
ଅନୁଗୋଳ, ତା.୨୬.୧୦:- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୨ ତାରିଖ ଠାରୁ ୧ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ହେଉଛି “ସାଧୁତାରୁ ସମୃଦ୍ଧି”। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଧବାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସାଧୁତା ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀମତୀ ସଂଯୁକ୍ତା ଟିକି, ଡେପୁଟି କଲେକ୍ଟର ଶ୍ରୀମତୀ ପ୍ରଭଂଜା ଦାସ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ସଞ୍ଜୟ ନାୟକଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅନନ୍ତ କ୍ରିଷ୍ଣା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତ୍ୟେକ କ୍ଷେତ୍ରରେ ସଚେତନତା ରକ୍ଷା କରିବା, ଲାଞ୍ଚ ନ ନେବା କିମ୍ବା ନ ଦେବା, ସ୍ୱଚ୍ଛତାର ସହ ଦାୟିତ୍ୱ ନିର୍ବାହ କରିବା ଏବଂ ଜନସାଧାରଣଙ୍କ ହିତ ସାଧନ ନିମନ୍ତେ ସମର୍ପିତ ରହିବାକୁ ପ୍ରତିଜ୍ଞା କରାଯାଇଥିଲା। ଏହା ସହିତ ଅନୁଗୋଳ ଜିଲ୍ଲାର ଅନ୍ୟ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସାଧୁତାର ଶପଥ ପାଠ କରାଯାଇଥିଲା।
