ଦୈନିକ ନୂଆ ମାମଲା ସଂଖ୍ୟା ବଢ଼ିବା ପରେ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚିଠି
ଆରଟି-ପିସିଆର ଟେଷ୍ଟ ମାତ୍ରା ବୃଦ୍ଧି କର ଏବଂ ରାପିଡ ଆଣ୍ଟିଜେନ ନେଗେଟିଭ ଲୋକଙ୍କର ପୁନଃ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କର

ଜେ ବି ଏନ, ୨୨/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଗତ କିଛିଦିନ ହେଲା ଭାରତରେ ସକ୍ରିୟ କରୋନା ମାମଲା ସଂଖ୍ୟା ବଢ଼ିବାକୁ ଲାଗିଛି । ଭାରତର ମୋଟ ସକ୍ରିୟ ମାମଲା ଆଜି ୧,୪୫,୬୩୪ ଆକଳନ କରାଯାଇଛି । ଭାରତର ମୋଟ ପଜିଟିଭ ମାମଲାର ଏହା ବର୍ତ୍ତମାନ ୧.୩୨% ରହିଛି ।
ଦେଶରେ ଥିବା ମୋଟ ସକ୍ରିୟ ମାମଲା ମଧ୍ୟରୁ ୭୪%ରୁ ଅଧିକ କେରଳ ଓ ମହାରାଷ୍ଟ୍ରରେ ରହିଛି । ଏବେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ପଂଜାବ ଏବଂ ଜମ୍ମୁ-କାଶ୍ମୀରରେ ମଧ୍ୟ ଦୈନିକ ନୂଆ ମାମଲା ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି ।
କେରଳରେ ଗତ ୪ ସପ୍ତାହ ହେଲା, ହାରାହାରି ସାପ୍ତାହିକ ମାମଲା ସର୍ବାଧିକ ୪୨,୦୦୦ ଓ ସର୍ବନିମ୍ନ ୩୪,୮୦୦ ମଧ୍ୟରେ ହ୍ରାସବୃଦ୍ଧି ହୋଇଚାଲିଛି । ସେହିଭଳି ଗତ ୪ ସପ୍ତାହ ହେଲା, କେରଳରେ ସାପ୍ତାହିକ ପଜିଟିଭିଟି ହାର ୧୩.୯%ରୁ ୮.୯% ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି । କେରଳର ଆଲାପୁଝା ଜିଲ୍ଲାକୁ ନେଇ ଚିନ୍ତା ବଢ଼ିଛି, ଯେଉଁଠି ସାପ୍ତାହିକ ପଜିଟିଭିଟି ହାର ୧୦.୭%କୁ ବୃଦ୍ଧି ପାଇଛି ଏବଂ ସାପ୍ତାହିକ ମାମଲା ୨,୮୩୩କୁ ବଢ଼ିଛି ।
ମହାରାଷ୍ଟ୍ରରେ ଗତ ୪ ସପ୍ତାହ ହେଲା ସାପ୍ତାହିକ ମାମଲାରେ ବୃଦ୍ଧି ଧାରା ଦେଖିବାକୁ ମିଳିଛି ଏବଂ ଏହା ୧୮,୨୦୦ରୁ ୨୧,୩୦୦କୁ ବୃଦ୍ଧି ପାଇଛି; ଯେବେ କି ସାପ୍ତାହିକ ପଜିଟିଭିଟି ହାର ୪.୭%ରୁ ୮%କୁ ବୃଦ୍ଧି ପାଇଛି । ମୁମ୍ବାଇ ସବଅର୍ବାନ ଅଞ୍ଚଳକୁ ନେଇ ଚିନ୍ତା ବଢ଼ିଛି । କାରଣ ସେଠାରେ ସାପ୍ତାହିକ ମାମଲା ୧୯% ବୃଦ୍ଧି ପାଇଛି । ନାଗପୁର, ଅମରାବତୀ, ନାସିକ, ଆକୋଲା ଏବଂ ୟବଟମାଲରେ ସାପ୍ତାହିକ ମାମଲା ଯଥାକ୍ରମେ ୩୩%, ୪୭%, ୨୩%, ୫୫% ଓ ୪୮% ବୃଦ୍ଧି ପାଇଛି ।
WhatsApp Image 2021-02-21 at 10.46.06 AM.jpeg
କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ ପଂଜାବରେ ସ୍ଥିତି ଜଟିଳ ହେବାରେ ଲାଗିଛି । ରାଜ୍ୟରେ ଗତ ୪ ସପ୍ତାହରେ ସପ୍ତାହିକ ପଜିଟିଭିଟି ହାର ୧.୪%ରୁ ୧.୬%କୁ ବୃଦ୍ଧି ପାଇଛି, ଯେବେ କି ଗତ ୪ ସପ୍ତାହ ମଧ୍ୟରେ ସାପ୍ତାହିକ ମାମଲା ୧,୩୦୦ରୁ ୧,୬୮୨ କୁ ବୃଦ୍ଧି ପାଇଛି । ଗୋଟିଏ ଜିଲ୍ଲା ଏସବିଏସ ନଗରରେ ସାପ୍ତାହିକ ପଜିଟିଭି ହାର ୩.୫%ରୁ ୪.୯%କୁ ବୃଦ୍ଧି ପାଇଛି ଏବଂ ସାପ୍ତାହିକ ମାମଲା ଦୁଇଗୁଣ ହୋଇ ୧୬୫ରୁ ୩୬୪କୁ ବୃଦ୍ଧି ପାଇଛି ।
୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭିଟି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ଜାତୀୟ ହାର ୧.୭୯% ରହିଛି । ମହାରାଷ୍ଟ୍ରରେ ସାପ୍ତାହିକ ପଜିଟିଭିଟି ହାର ସର୍ବାଧିକ ୮.୧୦% ରହିଛି ।
କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ ୫ଟି କ୍ଷେତ୍ରରେ ଧ୍ୟାନ ଦେବାକୁ କୁହାଯାଇଛି । ସେଗୁଡ଼ିକ ହେଲା: ଆରଟି-ପିସିଆର ଟେଷ୍ଟ ମାତ୍ରା ବଢ଼ାଇ ସାମଗ୍ରିକ ଟେଷ୍ଟିଙ୍ଗ ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ । ସମସ୍ତ ନେଗେଟିଭ ରାପିଡ ଆଣ୍ଟିଜେନ ଟେଷ୍ଟ ଫଳାଫଳ ପରେ ବାଧ୍ୟତାମୂଳକ ଭାବେ ଆରଟି-ପିସିଆର ଟେଷ୍ଟ କରାଇବା ଜରୁରି । ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସୁଥିବା ଲୋକମାନଙ୍କୁ ଆରଟି-ପିସିଆର ଟେଷ୍ଟ ନ କରାଇ ଛାଡ଼ିଦେବା ଉଚିତ ନୁହେଁ ।
କଠୋର ଓ ବ୍ୟାପକ ନିରୀକ୍ଷଣ ଉପରେ ପୁନଃ ଧ୍ୟାନ ଦେବା ସହିତ କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ କଠୋର କଣ୍ଟେନମେଣ୍ଟ ଆବଶ୍ୟକ ରହିଛି ।
ଟେଷ୍ଟିଙ୍ଗ ଜରିଆରେ ନିୟମିତ ମ୍ୟୁଟାସନ ଷ୍ଟ୍ରେନର ତଦାରଖ ପରେ ଜିନୋମ ସିକ୍ୱେନ୍ସିଙ୍ଗ କରାଯିବା ଦରକାର । ଏଥିସହ ମାମଲା ବଢୁଥିବା କ୍ଲଷ୍ଟର ଉପରେ ତଦାରଖ କରାଯିବ । ଅଧିକ କରୋନା ମୃତ୍ୟୁ ଦେଖାଦେଉଥିବା ଜିଲ୍ଲାଗୁଡ଼ିକରେ କ୍ଲିନିକାଲ ମ୍ୟାନେଜମେଣ୍ଟ ଉପରେ ଧ୍ୟାନ ଦିଆଯିବ ।
କୋଭିଡ ଟିକାକରଣ ପ୍ରସଙ୍ଗ ଦୃଷ୍ଟିରୁ ଭାରତର ମୋଟ ଟିକାକରଣ କଭରେଜ ୧.୧୦ କୋଟିକୁ ବୃଦ୍ଧି ପାଇଛି । ୨୦୨୧ ଫେବୃଆରୀ ୧୮ ସକାଳ ୮ଟା ପର୍ଜୀ ୨,୩୦,୮୮୮ ସେସନ ଜରିଆରେ ମୋଟ ୧,୧୦,୮୫,୧୭୩ ଟିକା ଡୋଜ ଦିଆଯାଇଛି । ଏଥିରେ ୬୩,୯୧,୫୪୪ ସ୍ୱାସ୍ଥ୍ୟକର୍ମୀ (ପ୍ରଥମ ଡୋଜ), ୯,୬୦,୬୪୨ ସ୍ୱାସ୍ଥ୍ୟ କର୍ମୀ (ଦ୍ୱିତୀୟ ଡୋଜ) ଓ ୩୭,୩୨,୯୮୭ ଫ୍ରଣ୍ଟଲାଇନ କର୍ମଚାରୀ (ପ୍ରଥମ ଡୋଜ) ରହିଛନ୍ତି ।
୨୦୨୧ ଫେବ୍ରୁଆରୀ ୧୩ରେ କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ ଦିଆଯିବା ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ଡୋଜ ନେବାର ୨୮ ଦିନ ପୂରଣ କରିଥିବା ହିତାଧିକାରୀଙ୍କ ପାଇଁ ଏହା ଆରମ୍ଭ ହୋଇଥିଲା । ୨୦୨୧ ଫେବ୍ରୁଆରୀ ୨ରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କର ଟିକାକରଣ ଆରମ୍ଭ ହୋଇଥିଲା ।
S.
No.
State/UT
Beneficiaries vaccinated
1stDose
2ndDose
Total Doses
1
A&N Islands
4,846
1,306
6,152
2
Andhra Pradesh
4,07,935
85,536
4,93,471
3
Arunachal Pradesh
19,702
4,041
23,743
4
Assam
1,53,259
11,050
1,64,309
5
Bihar
5,22,379
38,964
5,61,343
6
Chandigarh
12,953
795
13,748
7
Chhattisgarh
3,40,557
20,668
3,61,225
8
Dadra &Nagar Haveli
4,939
244
5,183
9
Daman &Diu
1,735
213
1,948
10
Delhi
2,94,081
17,329
3,11,410
11
Goa
15,070
1,113
16,183
12
Gujarat
8,21,940
60,130
8,82,070
13
Haryana
2,08,308
23,987
2,32,295
14
Himachal Pradesh
94,897
12,076
1,06,973
15
Jammu & Kashmir
2,00,695
6,731
2,07,426
16
Jharkhand
2,52,634
11,325
2,63,959
17
Karnataka
5,40,868
1,13,430
6,54,298
18
Kerala
3,99,064
38,829
4,37,893
19
Ladakh
5,631
600
6,231
20
Lakshadweep
1,809
115
1,924
21
Madhya Pradesh
6,40,805
3,778
6,44,583
22
Maharashtra
8,75,752
46,976
9,22,728
23
Manipur
40,215
1,711
41,926
24
Meghalaya
23,877
629
24,506
25
Mizoram
14,627
2,241
16,868
26
Nagaland
21,526
3,909
25,435
27
Odisha
4,38,127
94,966
5,33,093
28
Puducherry
9,251
853
10,104
29
Punjab
1,22,429
13,859
1,36,288
30
Rajasthan
7,82,701
38,358
8,21,059
31
Sikkim
11,865
700
12,565
32
Tamil Nadu
3,39,686
31,160
3,70,846
33
Telangana
2,80,973
87,159
3,68,132
34
Tripura
82,369
11,587
93,956
35
Uttar Pradesh
10,66,290
85,752
11,52,042
36
Uttarakhand
1,30,908
7,146
1,38,054
37
West Bengal
6,33,271
49,786
6,83,057
38
Miscellaneous
3,06,557
31,590
3,38,147
Total
1,01,24,531
9,60,642
1,10,85,173
ଟିକାକରଣ ଅଭିଯାନର ୩୬ତମ ଦିନ (୨୦୨୧ ଫେବ୍ରୁଆରୀ ୨୦)ରେ ମୋଟ ୪,୩୨,୯୩୧ ଟିକା ଡୋଜ ଦିଆଯାଇଛି । ଏଥିରୁ ୨,୫୬,୪୮୮ ହିତାଧିକାରୀଙ୍କୁ ୮,୫୭୫ ସେସନରେ ପ୍ରଥମ ଡୋଜ (ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀ) ଦିଆଯାଇଥିଲା । ୧,୭୬,୪୪୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି ।
ଦ୍ୱିତୀୟ ଡୋଜ ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ୬୦.୦୪% ୭ଟି ରାଜ୍ୟରୁ ରହିଛନ୍ତି । ଏଥିରୁ କର୍ଣ୍ଣାଟକର ଅଂଶ ୧୧.୮୧% (୧,୧୩,୪୩୦ ଡୋଜ) ରହିଛି ।
ଦେଶରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ମୋଟ ୧.୦୬ କୋଟି (୧,୦୬,୮୯,୭୧୫) ଲୋକ ସୁସ୍ଥ ହୋଇସାରିଲେଣି । ୧୧,୬୬୭ ରୋଗୀ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି । ଭାରତର ଆରୋଗ୍ୟ ହାର ୯୭.୨୫% ରହିଛି, ଯାହା କି ବିଶ୍ୱରେ ସର୍ବାଧିକ ।
ନୂଆ ଆରୋଗ୍ୟ ମାମଲା ମଧ୍ୟରେ ୮୧.୬୫% ୫ ରାଜ୍ୟରୁ ରହିଛନ୍ତି ।
କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫,୮୪୧ ରୋଗୀ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୫୬୭ ଲୋକ ସୁସ୍ଥ ହୋଇଥିବା ବେଳେ ତାମିଲନାଡୁରେ ୪୫୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।
ନୂଆ ଆକ୍ରାନ୍ତ ମାମଲା ମଧ୍ୟରୁ ୮୫.୬୧% ୫ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ।
ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୬,୨୮୧ ନୂଆ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ଥିବା କେରଳରେ ୪,୬୫୦ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ କର୍ଣ୍ଣାଟକରେ ୪୯୦ ନୂଆ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ମାମଲା ମଧ୍ୟରୁ ୭୭% ମହାରାଷ୍ଟ୍ର ଓ କେରଳରୁ ଚିହ୍ନଟ କରାଯାଇଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-୧୯ ମୃତ୍ୟୁ ଘଟଣା ସାମ୍ନାକୁ ଆସିନାହିଁ । ଏଗୁଡ଼ିକ ହେଉଛି ଗୁଜରାଟ, ଓଡ଼ିଶା, ଜମ୍ମୁ-କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, ଗୋଆ, ଝାଡ଼ଖଣ୍ଡ, ପୁଡୁଚେରି, ଆସାମ, ମେଘାଳୟ, ଲାକ୍ଷାଦ୍ୱୀପ, ମଣିପୁର, ମିଜୋରାମ, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ତ୍ରିପୁରା, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ଡାମନ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି ।
ଗତ ୨୪ ଘଣ୍ଟାରେ ୧୦୧ କରୋନା ମୃତ୍ୟୁ ରେକର୍ଡ କରାଯାଇଛି ।
ନୂଆ କରୋନା ମୃତ୍ୟୁରେ ୮୦% ୫ଟି ରାଜ୍ୟରୁ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୦ ରୋଗୀ ପ୍ରାଣ ହରାଇଥିବା ବେଳେ କେରଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ପଂଜାବରେ ୮ ଜଣଙ୍କ ମୃତ୍ୟୁ ଘଟିଛି ।
ଗତ ୨୪ ଘଣ୍ଟାରେ କେବଳ ଗୋଟିଏ ରାଜ୍ୟରେ ୨୦ରୁ ଅଧିକ ମୃତ୍ୟୁ ଘଟିଛି; ୧୦ରୁ ୨୦ ମୃତ୍ୟୁ କେବଳ ଗୋଟିଏ ରାଜ୍ୟରେ ରହିଛି; ୬ରୁ ୧୦ ମୃତ୍ୟୁ ୨ଟି ରାଜ୍ୟରେ ହୋଇଥିବା ବେଳେ ୧୦ ରାଜ୍ୟରେ ୧ରୁ ୫ ଜଣ ପ୍ରାଣ ହରାଇଛନ୍ତି ।

