Spread the love

ଦ୍ବାରୀ ଗ୍ରାମ ପଞ୍ଚାୟତ ସ୍ତରୀୟ କିଶୋରୀ ବାଳିକା ମେଳା ଅନୁଷ୍ଠିତ


ଅମ୍ବାଭୋନା ତା ୨୧/୦୨ ଶନିବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ ଗ୍ରାମ ପଞ୍ଚାୟତ ରେ ପଂଚାୟତ ସ୍ତରୀୟ କିଶୋରୀ ବାଳିକା ମେଳା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଉର୍ମିଳା ମାଝୀ ଙ୍କ ସଭାପତିତ୍ବରେ ତଥା ସୁପର୍ ଭାଇଜର୍ ଶ୍ରୀମତୀ ସ୍ଵର୍ଣ୍ଣ ପ୍ରଭା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ମେଳା ରେ ସମ୍ମାନିତ ଅତିଥି ଭାବେ ଦୁଲାର୍ ସିଂ ପଟେଲ ଓ ସ୍ବାଧୀନ କୁମାର ସାହୁ ଯୋଗଦାନ କରିଥିଲେ । ସର୍ବପ୍ରଥମେ ମା ସରସ୍ବତୀ ଓ ଅଗ୍ରପୂଜ୍ୟ ଗଣେଶ ଙ୍କୁ ପୂଜାର୍ଚ୍ଚନା କରାଯାଇ ଥିଲା । ଆୟୋଜିକା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ନାୟକ ମେଳା ର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ଦ୍ବାରୀ ଗ୍ରାମ ପଞ୍ଚାୟତ ର ସମସ୍ତ କିଶୋରୀ ବାଳିକା ମାନଙ୍କୁ ନେଇ ଚୌକି ବସା, ନୃତ୍ୟ ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସ୍ବାଧୀନ କୁମାର ସାହୁ, ଦୁଲାର ସିଂ ପଟେଲ, ଉର୍ମିଳା ମାଝୀ ବିଚାରକ ଦାୟିତ୍ଵ ତୁଲାଇଥିଲେ । ଚୌକି ବସାରେ ପ୍ରୀତି ସାହୁ ପ୍ରଥମ,ଆୟିସା ନାୟକ ଦ୍ୱିତୀୟ ଓ ଦିବ୍ୟା ସତନମୀ ତୃତୀୟ, ରଙ୍ଗୋଲି ରେ ଅର୍ଚ୍ଚିତା ଭୋଇ, ସରସ୍ବତୀ ମଳ୍ଲିକ, ବୈଷ୍ଣବୀ ଡନସନା, ନୃତ୍ୟ ରେ କୌଶଲ୍ୟା ଗ୍ରୁପ,,ଲକ୍ଷ୍ମୀପ୍ରିୟା ମହାନନ୍ଦ ଓ ଲକ୍ଷ୍ମୀ ଗ୍ରୁପ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ମୂଖ୍ୟ ଅତିଥି ଙ୍କ ହାତରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ଏ ଏନ୍ ଏମ୍ ଦିଦି ଛବି ରାଣୀ ନେଗୀ ଓଜନ, ଉଚ୍ଚତା ଓ ହୁମୋଗ୍ଲୋବିନ ଟେଷ୍ଟ କରିଥିଲେ । ଏହି ମେଳାରେ ଗ୍ରାମ ପଞ୍ଚୟତର ସମସ୍ତ ଅଙ୍ଗନୱାଡି କର୍ମୀ ଓ କିଶୋରୀ ବାଳିକା ଯୋଗଦାନ କରିଥିଲେ । ଶେଷରେ ସ୍ୱର୍ଣ୍ଣପ୍ରଭା ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *