Spread the love

ନବଗୁଞର ଯାତ୍ରାର ସମସ୍ତ ଦିନରେ କବିସମ୍ମିଲନୀ

ଭଟଲି (ଅଭିମନ୍ୟୁ ପଧାନ):- ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ର ଆରାଧ୍ଯ ଦେବତା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଦିନଠାରୁ ବାହୁଡା ଯାତ୍ରା ପଯ୍ୟନ୍ତ ଯେଉଁ ନିଶିକାନ୍ତି ଓ ସାସ୍କୃତିକ କାର୍ଯ୍ୟକ୍ରମ ହୁଏ ତାକୁ ନବଗୁଞର ଯାତ୍ରା କୁହାଯାଏ। ତାକୁ ନେଇ ଭଟଲି ଚଳଚଞ୍ଚଳ ହୋଇଥିବା ବେଲେ ଆଜି ସପ୍ତମ ଦିନର ପ୍ରଥମ ପର୍ଯ୍ୟାୟରେ ନୃତ୍ଯ ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଲେ ଦ୍ବିତିୟ ପର୍ଯ୍ୟାୟରେ କବିସମ୍ମିଲନୀ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମ ରେ ଶ୍ରୀମତୀ ସିନ୍ଧୁନନ୍ଦିନୀ ଆଚାର୍ଯ୍ଯ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଥିବା ବେଳେ କବି ସମ୍ମିଳନୀ ରେ ହାସ୍ଯ ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ ପରିଚାଳନା କରି ଲୋକମାନଙ୍କୁ ହସେଇ ହସେଇ ବେଦମ କରିଥିବା ବେଳେ ହାସ୍ଯ ତଡକା ଶିଶିର ପୁରୋହିତ ଙ୍କ ଚୁଟକୁଲା ରେ ଲୋକେ ହସି ହସି ଥକି ପଡିଥିଲେ ଓ ପୁଲିସ କବି ରଣଜିତ ପଧାନ ଙ୍କ କବିତାରେ ମଞ୍ଚ ଉଛୁଳି ପଡିଥିଲା।

କବି ହରିଲାଲ ସାହୁଙ୍କ ସମାଜ ସୁଧାର ଉପରେ କବିତା ଉଚ୍ଚ କୋଟିର ଥିବାବେଲେ ବ୍ୟଙ୍ଗ କବି ଭରତ ନାଏକ କବିତା ମନଛୁଆଁ ଥିଲା , ବ୍ୟଙ୍ଗ କବି ନିର୍ମଳ ନାଏକ ଓ ବ୍ୟଙ୍ଗ କବି ବଗବତ ସାହୁ ଙ୍କ କବିତା ରେ ମଞ୍ଚ ର ଗରିମା ଗୌରବାନ୍ମିତ ହୋଇଥିଲା।ଭଟଲି ବାସିଙ୍କ ତଥା ସମସ୍ତ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ବହୁଗୁଣ ସଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *