Spread the love

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ମିଶାଇଲ ଆଟାକ କରିଛି ଭାରତ। ଏହି ଆକ୍ରମଣକୁ ଅପରେସନ ସିନ୍ଦୂର ନାମ ଦିଆଯାଇଛି। ସୂଚନା ଅନୁଯାୟୀ, ମଙ୍ଗବାର- ବୁଧବାର ମଧ୍ୟରାତ୍ରରେ ହୋଇଥିବା ଏହି ଆକ୍ରମଣରେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏହି କାର୍ଯ୍ୟାନୁଷ୍ଠାନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନୋଟି ଦେଶ ଗସ୍ତକୁ ବର୍ତ୍ତମାନ ପାଇଁ ବାତିଲ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେ, କ୍ରୋଏସିଆ ଏବଂ ନେଦରଲ୍ୟାଣ୍ଡ ଭଳି ତିନୋଟି ଦେଶ ଗସ୍ତ କରିଥାନ୍ତେ। କିନ୍ତୁ ଏହାକୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ୟୁରୋପୀୟ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ଏବଂ ବୈଠକରେ ଅଂଶଗ୍ରହଣ କରିଥାନ୍ତେ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଯାତ୍ରା ବାତିଲ ହେବାର କାରଣ ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ଜାତୀୟ ସୁରକ୍ଷା ପାଇଁ ବର୍ତ୍ତମାନର ସ୍ଥିତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *