Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନାବାଳିକା ଅପହରଣ ଅଭିଯୋଗ ରେ ସାହାର୍ଯ୍ୟ କାରୀ ଭାଇକୁ କୋର୍ଟ ଚାଲାଣ

(ଜେ ବି ଏନ /ସୁଶାନ୍ତ କୁମାର)୨୦/୦୨ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ତଳମୂଳ ଗ୍ରାମ ପାଟଣା ସାହି ର ଜଣେ ନାବାଳିକା ଅପହରଣ ର ଅଭିଯୋଗ କୁ ନେଇ ଆଜି ବଅଁରପାଳ ଥାନା ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ୍ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ଅଧିକାରୀ ଙ୍କ ସୂଚନା ମୁତାବକ ଗତ ବର୍ଷ ତା ୧୦/୧୧/୨୦୨୦ ରିଖ ଦିନ ଅଭିଯୋଗ ହୋଇଥିଲା କି ନାବାଳିକା କୁ ଅପହରଣ ହୋଇଯାଇଛି। ଏହି ଅଭିଯୋଗ ନେଇ କେଶ୍ ନମ୍ଵର୍ ୨୯୭ ୧୦/୧୧/୨୦୨୦ ଦଫା ନମ୍ଵର୍ ୩୬୩ ରେ ତଦନ୍ତ ଆରମ୍ଭ କରିଥିଲେ। ବିଶେଷ ସୂତ୍ର ରୁ ଖବର ପାଇ ଜାଣିବାକୁ ପାଇଥିଲେ କି ସେହି ଗ୍ରାମ ର ନୂଆସାହି ନିବାସୀ ଅସିତ ବେହେରା ଅପହରଣ କରିଛି। ତାକୁ ତାହାର ପରିବାର ପକ୍ଷରୁ ସମସ୍ତ ସାହାର୍ଯ୍ୟ କରୁଛନ୍ତି। ସାହାର୍ଯ୍ୟ କରିବାରେ ଅସିତ ଙ୍କ ଭାଇ ଅଜିତ ବେହେରା ଯିଏ କି ଟାଟା ଷ୍ଟିଲ ବି ଏସଏଲ ରେ କାମ କରନ୍ତି। ଅଭିଯୁକ୍ତଙ୍କୁ ଟଙ୍କା ଦେବା ସହ ଘରକୁ ନ ଫେରିବାରେ ସାହାର୍ଯ୍ୟ କରୁଛନ୍ତି। ଆଜି ବଅଁରପାଳ ଥାନା ପକ୍ଷରୁ ଅଭିଯୁକ୍ତ ର ଭାଇ ଅଜିତ କୁ ଗିରଫ୍ କରିବା ସହ ତା ଠାରୁ ବ୍ୟାଙ୍କ ଦସ୍ତାବିଜ୍କ ଜବତ କରି  କୋର୍ଟ ଚାଲାଣ କରାଯାଇଛି।