Spread the love

ନାରଙ୍ଗପୁର ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ରୂପାନ୍ତର ପାଇଁ ଜମି ଚିହ୍ନଟ

ଭଟଲି: ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗ ପୁର ପଞ୍ଚାୟତ କାଶିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ଶନିବାର ଦିନ ଗ୍ରାମସଭା ମାଧ୍ୟମରେ ଜମି ଚିହ୍ନଟ ହୋଇଛି।। ଶିକ୍ଷା ବିଭାଗ ଏବଂ ତହସିଲ ପ୍ରଶାସନର ମିଳିତ ଉଦ୍ୟମରେ ବିଦ୍ୟାଳୟ ପାଇଁ ସ୍କୁଲର ନିଜସ୍ୱ ଜମି ଓ ସରକାରୀ ଜମି ଉପରେ ଚିହ୍ନଟ’ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଗ୍ରାମ ସଭାରେ ଭଟଲି ତହସିଲଦାର ଶ୍ରୀଯୁକ୍ତ ରାମକୃଷ୍ଣ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ, ଅତିରିକ୍ତ ତହସିଲଦାର ଶ୍ରୀ ଭୂପେଶ ପାଢ଼ୀ, ଏବିଇଓ ଶ୍ରୀମତୀ ରୀତାରାଣୀ ତ୍ରିପାଠୀ, ସରପଞ୍ଚ ଶ୍ରୀମତୀ ପିଙ୍କି ପାଣ୍ଡେ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମନ କୁମାର ମାଣିକ ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁଲୁ ସୁଲିଆ ସର୍କଲ ରାଜସ୍ୱ ନିରୀକ୍ଷକ ଶ୍ରୀ କୈଳାଶ ବାଗ, ପ୍ରଧାନ ଶିକ୍ଷକ ସୁଦାମ ସେଟ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପବିତ୍ର ମହାପାତ୍ର, ଉପସଭାପତି ଶ୍ରୀମତୀ ମିତା ପଧାନ, ଗ୍ରାମ୍ୟ ଶାନ୍ତି କମିଟି ସଭାପତି ସରୋଜ କୁମାର ମହାପାତ୍ର, ନାଏବ ସରପଞ୍ଚ ଶ୍ରୀଯୁକ୍ତ ତୁଳସୀ ବରିହା, ପୂର୍ବତନ ସରପଞ୍ଚ ନାରାୟଣ ପଟେଲ, କ୍ଲଷ୍ଟର ସିଆରସିସି ଗୁପ୍ତଚନ୍ଦ୍ର ରାଏ, ଶିକ୍ଷାବିତ୍ ଶ୍ରୀଯୁକ୍ତ ସୁବାସ ଭୁଏ ସମେତ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ତଥା ଗ୍ରାମବାସୀ ଉପସ୍ଥିତ ରହି ସ୍ଥଳ ପରିଦର୍ଶନ କରିଥିଲେ। ଅନ୍ୟାନ୍ୟ ୱାର୍ଡ ସଭ୍ୟ ସଭ୍ୟା ଗ୍ରାମସଭା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *