Spread the love

ଭାରତୀୟ ଡାକ ବିଭାଗର ନିର୍ଦେଶ କ୍ରମେ ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଆଜି ତା.07.03.2025 ରିଖ ଦିନ ନାରୀଶକ୍ତି ସପ୍ତାହ ପାଳନ ଅବସରରେ ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସମ୍ବର୍ଧନା ସଭା ର ଆୟୋଜନ କରାଯାଇଥିଲା / ଉକ୍ତ ସଭାରେଜିଲ୍ଲା କାର୍ଯ୍ୟକ୍ରମ ସମନ୍ଵୟକ ମିଶନ ଶକ୍ତି , ଶେଫାଳୀ ସ୍ଵାଗତିକା, ସହାୟକ ନିର୍ଦେଶକ , ସଂଚୟ ଏବଂ ବିତ୍ତୀୟ ସେବା ,ଢେଙ୍କାନାଳ ଶ୍ରୀମତୀ ପ୍ରଜ୍ଞା ମିଶ୍ର , ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ଅଧିକାରୀ ଶ୍ରୀମତୀ ଅଭିଲିପ୍ସା ବିଶ୍ୱାଳ ଏବଂ ସହାୟକ ବିକ୍ରୟ ପ୍ରବନ୍ଧକ ଆଇ.ପି ପି.ବି , ଢେଙ୍କାନାଳ ଶାଖା , ଶ୍ରୀମତୀ ସୋନାଲୀ ପ୍ରିୟଦର୍ଶିନୀ ଆଦି ମଂଚାସୀନ ଥିଲେ / ଏହି ସଭାରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଏମ.ପି.କେ. ୱାଇ ଏଜେଣ୍ଟ , ମହିଳା ଏସ.ଏ.ଏସ ଏଜେଣ୍ଟ , ବିଭାଗୀୟ ମହିଳା ଡାକ କର୍ମଚାରୀ, ଗ୍ରାମୀଣ ଡାକ ସେବକ ଏବଂ ମହିଳା ନିବେଶକ ଉପସ୍ଥିତ ଥିଲେ / ଏହି ସଭା ରେ ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଦାଶ କର୍ମକ୍ଷେତ୍ରରେ ମହିଳାମାନଙ୍କର ସଫଳତା, ଡାକ ସେବାଗୁଡିକର ଅଭିବୃଦ୍ଧି ଏବଂ ସଫଳତାରେ ମହିଳା ମାନଙ୍କର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ / ୟୁ- ଟ୍ୟୁବ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା / ୟୁ- ଟ୍ୟୁବ ମାଧ୍ୟମରେ ଢେଙ୍କାନାଳ ଡାକମଣ୍ଡଳର ସମସ୍ତ ଡାକ କର୍ମଚାରୀ ୟୁ- ଟ୍ୟୁବ ଲିଙ୍କ ମାଧ୍ୟମରେ ଯୋଡି ହୋଇଥିଲେ / ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳ ଡାକ ମଣ୍ଡଳର ସହାୟକ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଅମୁଲ୍ୟ ପ୍ରସାଦ ପଣ୍ଡା ଏବଂ ଜନ ସମ୍ପର୍କ ନିରୀକ୍ଷକ ଜ୍ୟୋତି ରଞ୍ଜନ ସାହୁ ପରିଚାଳନା କରିଥିଲେ / ଏହି ଅବସରରେ ବିଭିନ୍ନ ଡାକସେବା ଏବଂ ଉତ୍ପାଦ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ମହିଳା କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା / ସର୍ବଶେଷରେ ଅଫିସ ସୁପରଭାଇଜର ଶ୍ରୀଯୁକ୍ତ ବିଷ୍ପ୍ର ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ /

Leave a Reply

Your email address will not be published. Required fields are marked *