Spread the love

ନାଲକୋ ଆଲୁମିନିୟମ ମଜ଼ଦୂର ସଂଘ ପକ୍ଷରୁ ଚାଲିଥିବା ଗଣଧାରଣା ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି

ବଅଁରପାଳ , ୨୫ / ୧୨ : ଆଲୁମିନିୟମ ମଜଦୁର ସଂଘର ସଭାପତି ମୁନା ସାମଲ ଙ୍କ ନେତୃତ୍ୱରେ ଦୁଇ ଦିନ ଧରି ଚାଲିଥିବା ଗଣଧାରଣା ପ୍ରତିଶୃତି ଦେବାପରେ ପ୍ରତ୍ୟାହୃତ ହୋଇଛି । ଉତ୍କୃଷ୍ଟ ମାନର ସିପି କୋକ ଯୋଗାଣ, ସିଭିଲ ବିଭାଗରେ ମହାଦୁର୍ନୀତି, ଆଲୁମିନିୟମ ଫ୍ଲୋରାଇଡ ର ଚୋରି, ତୁରନ୍ତ କ୍ୱାର୍ଟର ଆବଣ୍ଟନ, ପୂର୍ଣ୍ଣମାତ୍ରାରେ ଆନୋଡ ଓ ଇକ୍ୱୁପଟ୍ ର ଉତ୍ପାଦନ ସହିତ ବିଭିନ୍ନ ଦଫା ନେଇ ଆଲୁମିନିୟମ ମଜ଼ଦୂର ସଙ୍ଘ ତରଫରୁ ନାଲକୋ ପ୍ରଶାସନିକ ଭବନ ସମ୍ମୁଖରେ ଚାଲିଥିବା ଗଣ ବିକ୍ଷୋଭ କୁ ହୃଦୟଙ୍ଗମ କରି ନାଲକୋର ଉଚ୍ଚ କର୍ତ୍ତୃପକ୍ଷ ଆଲୁମିନିୟମ ମଜଦୁର ସଂଘ ସହିତ ଏକ ସ୍ୱତନ୍ତ୍ର ବୈଠକ କରି ସମସ୍ତ ସମସ୍ୟାର ମୁଳୋତ୍ପାଟନ କରିବା ନିମନ୍ତେ ଆସନ୍ତା କାଲି ୨୫ ତାରିଖ ବୁଧବାର (ପିଏଚ) ରେ ମଧ୍ୟ କର୍ପୋରେଟ ଅଫିସରୁ ଡାଇରେକ୍ଟର ପ୍ରଡକ୍ସନ୍ ଶ୍ରୀ ପଙ୍କଜ କୁମାର ଶର୍ମା ଆସିବା ପାଇଁ ଚିଠି ଦ୍ୱାରା ସୂଚନା ଦେଇଛନ୍ତି ଏବଂ ଦୁଇଦିନ ଧରି ଚାଲିଥିବା ଗଣଧାରଣ କୁ ସଙ୍ଗଠନ ତରଫରୁ ପ୍ରତ୍ୟାହୃତ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗଣ ଧାରଣାର ଦ୍ଵିତୀୟ ଦିନରେ ନାଲକୋ କର୍ତ୍ତୃପକ୍ଷ ତରଫରୁ କୌଣସି ସହଯୋଗ ନ ମିଳିବାରୁ ସଙ୍ଗଠନ ତରଫରୁ ପ୍ରଶାସନିକ ଭବନ କୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯାଇଥିଲା ଏବଂ ସ୍ଥାୟୀ ସମାଧାନ ନହେଲେ ଆନ୍ଦାଳନ କୁ ଅଧିକ ତୀବ୍ରତର କରିବା ପାଇଁ ଚେତାବନୀ ଦିଆଯାଇଥିଲା । ସେଥିପାଇଁ ଆସନ୍ତା କାଲି ଛୁଟିଦିନ ଥିଲେ ମଧ୍ୟ ନାଲକୋର ଉଚ୍ଚ କର୍ତ୍ତୃପକ୍ଷ ନିଷ୍କର୍ଷ ବାହାର କରିବା ପାଇଁ ନାଲକୋର ଏକମାତ୍ର ରାଷ୍ଟ୍ରବାଦୀ ସଙ୍ଗଠନ ସହିତ ବୈଠକ କରିବା ପାଇଁ ଭୁବନେଶ୍ୱର ରୁ ଆସିବା ପାଇଁ ବାଧ୍ୟ ହେଲେ । କୌଣସି ଛୁଟି ଦିନ ଏଭଳି ଉଚ୍ଚସ୍ତରୀୟ ବୈଠକ ନାଲକୋ ଇତିହାସ ରେ ପ୍ରଥମ ଦର୍ଶାଇ ବିଭିନ୍ନ ବୁଦ୍ଧିଜୀବୀ ମହଲ ରୁ ନାଲକୋ ଆଲୁମିନିୟମ ସଙ୍ଗଠନ କୁ ଭୁରି ଭୁରି ପ୍ରଶଂସା କରିବା ସହ ନାଲକୋ ର ବିକାଶ ପାଇଁ ଆଲୁମିନିୟମ ମଜ଼ଦୂର ସଙ୍ଘ ଏକମାତ୍ର ଅଗ୍ରଣୀ ସଙ୍ଗଠନ ବୋଲି ଯୁକ୍ତି ବାଢ଼ିଛନ୍ତି । ଏହି ଆନ୍ଦୋଳନରେ ସଙ୍ଗଠନ ର ସଭାପତି ଶ୍ରୀ ମୁନା ସାମଲ, ସାଧାରଣ ସମ୍ପାଦକ ବିନୋଦ କୁମାର ସାମଲ, କାର୍ଯ୍ୟକାରୀ ସଭାପତି କୈଳାଶ ବେହେରା, ଗୋପାଳ କୃଷ୍ଣ ମଲିକ, ଉପସଭାପତି ଦୀନବନ୍ଧୁ ଭୁତିଆ, ବିରଞ୍ଚି ନାରାୟଣ ସାମଲ, ରଞ୍ଜିତ ମାଝୀ, ଦୀପକ ସାମଲ, ତ୍ରିପତି ସେନାପତି, ମାୟାଧର ସାହୁ, କେଦାର ସାହୁ, ସୁନୀଲ ତ୍ରିପାଠୀ, ସୁଦର୍ଶନ ରାଉତ, ନଟବର ମହାନ୍ତି, ଶ୍ରୀଧର ନାୟକ, ରଞ୍ଜନ ବେହେରା, ସୁନୀଲ ଓଝା, ନରେଶ ପରିଡା, ପ୍ରଭାତ ଗଡ଼ନାୟକ, ଦିଲ୍ଲୀପ କୁମାର ସାହୁ, ଜିତୁ ସାହୁ, କିଶୋର ଦେହୁରୀ, ରଞ୍ଜନ ନାହାକ, ବିରଞ୍ଚି ସାହୁ, ରଘୁନାଥ ସାହୁ, ସଞ୍ଜୟ ସାହୁ, ଛବି ବେହେରା, ସୁଧୀର ପରିଡା, ମନୋରଞ୍ଜନ ଜୋରା, ପ୍ରତାପ ସାହୁ ପ୍ରମୂଖ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *