Spread the love

ନାଲକୋ ସରସ୍ଵତୀ ବିଦ୍ୟାମନ୍ଦିରରେ ପ୍ରାଥମିକ-୨ ପ୍ରବେଶ ଉତ୍ସବ ଅନୁଷ୍ଠିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ସରସ୍ଵତୀ ବିଦ୍ୟାମନ୍ଦିର ପ୍ରାଥମିକ–୨ରେ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ପ୍ରବେଶ ଉତ୍ସବ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ପ୍ରାଥମିକ-୨ର ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସାହୁଙ୍କ ତତ୍ୱାବଧାନରେ ସମ୍ପନ୍ନ ହୋଇଥିଲା।ଏହି ଅବସରରେ ବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ନେହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା। ମନ୍ତ୍ରପାଠ ପୂର୍ବକ ଅଗ୍ରପୂଜ୍ୟ ଗଣେଶ ବନ୍ଦନା, ସରସ୍ଵତୀ ବନ୍ଦନା ଶାନ୍ତି ପାଠ, ଆଶୀର୍ବାଦ କରାଯାଇଥିଲା।ଛୋଟ ଛୋଟ ପିଲାମାନେ ନୂଆ ପରିବେଶରେ ଖୁସି ଓ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।କାର୍ୟକ୍ରମରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ସହ ପରିଚୟ ହୋଇ ସେମାନଙ୍କୁ ବିଦ୍ୟାଳୟ ଜୀବନ ସମ୍ପର୍କରେ ଜଣାଇଥିଲେ। ଏଥିରେ ପିଲାମାନେ ବହୁତ ଆନନ୍ଦ ଅନୁଭବ କରିଥିଲେ।ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରବେଶ ଉତ୍ସବର ମୂଳ ଲକ୍ଷ୍ୟ ହେଉଛି ନୂତନ ଛାତ୍ରଛାତ୍ରୀଙ୍କୁ ଭୟମୁକ୍ତ ଓ ଆନନ୍ଦମୟ ଶିକ୍ଷା ପରିବେଶ ସହ ଭବିଷ୍ୟତରେ ଜଣେ ଜଣେ ଉତ୍ତମ ନାଗରିକ ହୋଇପାରିବେ ବୋଲି କାମନା କରିଥିଲେ।ଏହି ପ୍ରବେଶ ଉତ୍ସବରେ ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ। ପିଲାମାନେ କିପରି ପାଠ ସହ ସଂଗିତ, ନୃତ୍ୟ, ସଂସ୍କୃତ, ଯୋଗ ଓ କ୍ରୀମ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିପାରିବେ ସେଥିପାଇଁ ବିଦ୍ୟାଳୟ ନିୟମିତ ଭାବରେ ଶିକ୍ଷା ଦିଆଯାଇଥାଏ। ପିଲାମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବା ନିମନ୍ତେ ସ୍ୱାସ୍ଥ୍ୟ ଶିବିର, ଅଭିଭାବକ ବୈଠକ ମଧ୍ୟ ନିୟମିତ ଶ୍ରେଣୀ ଅନୁସାରେ କରାଯାଇଥାଏ।କାର୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିବାରେ ଅଭିଭାବକମାନେ ମଧ୍ୟ ସନ୍ତୋଷ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *