Spread the love

ନାଲକୋ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ

ବଅଁରପାଳ, ୨୨ / ୧୦ – ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପଞ୍ଚାୟତ କଇଁଫୁଲିଆ ସାହି ର ଜୀବନ ବିଶ୍ୱାଳ ଙ୍କ ପୁତ୍ର ଶ୍ରୀମାନ ପାର୍ଥସାରଥୀ ବିଶ୍ୱାଳ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୯୪ ରିୟାଙ୍କ ରେ ଅଣ ସଂରକ୍ଷିତ ସାଧାରଣ ବର୍ଗ ରେ କୃତିତ୍ବ ଅର୍ଜନ କରି ବଳରାମପ୍ରସାଦ ପଞ୍ଚାୟତ ତଥା ନାଲକୋନଗର ସରସ୍ୱତୀ ଶିଶୁ ମନ୍ଦିର କୁ ଆଜି ଗର୍ବିତ କରିଦେଇଛନ୍ତି । ଜୀବନ ବିଶ୍ୱାଳ ଜଣେ ନାଲକୋ କର୍ମଚାରୀ ଭାବେ କାର୍ଯ୍ୟରତ ତେବେ ତାଙ୍କର ପୁତ୍ର ଙ୍କର ଏହି ସଫଳତା ପାଇଁ ଅନୁଗୋଳ ଜିଲ୍ଲା ଆଜି ଗର୍ବିତ । ଅଣ ସଂରକ୍ଷିତ ସାଧାରଣ ବର୍ଗ ରେ ସଫଳତା ଅର୍ଜନ କରିଥିବା ଶ୍ରୀ ବିଶ୍ବାଳ ପ୍ରଥମ ଉଦ୍ୟମରେ ଏହି କୃତିତ୍ବ ଲାଭ କରିଛନ୍ତି ।୨୦୧୫ ରେ ମାଟ୍ରିକ ପାସ କରିବା ପରେ ଭୁବନେଶ୍ୱର ବିଜେବି କଲେଜରେ ଯୁକ୍ତ ଦୁଇ ପାସ୍ କରିଛନ୍ତି । ପରେ ଓୟୁ ଏଟିରେ ଫରେଷ୍ଟ୍ ବିଭାଗରେ ଡିଗ୍ରୀ ହାସଲ କରିଥିଲେ । ପାର୍ଥସାରଥୀ ଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି । ଲୋକଙ୍କ ସେବା ସହିତ ମହିଳା ଓ ଶିଶୁ ଙ୍କର ଶିକ୍ଷା ଉପରେ ଗୁରୁତ୍ବ ଦେବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *