Spread the love

ନିଆଁଲାଗି ଜଲିଗଲା ଜଙ୍ଗଲ, ନିଆଁ କୁ ଆୟତ କଲା ଅଗ୍ନିଶମ ବିଭାଗ।

ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲେ ବିଭିନ୍ନ ସ୍ଥାନରେ ବିଭିନ୍ନ ଜଙ୍ଗଲରେ ନିଆଁ ଜଳୁଥିବା ଦେଖିବାକୁ ମିଳେ। କିପରି ଏବଂ କାହିଁକି ଜଙ୍ଗଲରେ ଏପରି ନିଆଁ ଲାଗୁଛି ତାହର କେହି ଟେର୍ ପାଉନାହାନ୍ତି। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଥିବା ବେଳେ ବିଭିନ୍ନ ଜାଗାରେ ନିଆଁ ଲାଗି ଧନ ଜୀବନ ମଧ୍ୟ ନଷ୍ଟ ହେବାରେ ଲାଗିଛି। କେତେବେଳେ ଜଙ୍ଗଲରେ ନିଆଁ ଲାଗୁଛି ତ ଆଉ କେତେବେଳେ ଖାଲି ପଡ଼ିଆ ରେ । ସେଇଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଗୋଧୂଳି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ନିଆଁ ଲାଗିଯିବାରୁ ଜଙ୍ଗଲ ପୋଡ଼ି ଯାଇଛି। ଏହି ଜଙ୍ଗଲର ବିଶାଳ ଅଂଶ ଜଳି ପାଉଁଶ ହୋଇଯାଇଥିବା ନେଇ ସୂଚନା । ଖବର ପାଇଁ ଚମ୍ପୁଆ ଅଗ୍ନିଶମ ବାହିନୀ ଏବଂ ବନବିଭାଗ ର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ସଫଳ ହୋଇଥିଲେ । କେଉଁ କାରଣ ରୁ ଜଙ୍ଗଲରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ଥିବା ବେଳେ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *