Spread the love

ନିଆରା ପରମ୍ପରା ପାରିଲେ ଉଜାଙ୍ଗ ଗ୍ରାମର ଅଧିବାସୀ ମାନେ

ରାଜକନିକା __ ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୁଆପଡା ହାବଳଗଣ୍ଡ ପଞ୍ଚାୟତର ଉଜାଙ୍ଗ ଗ୍ରାମର ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠାର ପଞ୍ଚମ ବାର୍ଷିକୋତ୍ସବ ଓ ଯଜ୍ଞ ଉତ୍ସବର ଶେଷ ଦିବସରେ ଗ୍ରାମର ଅଧିବାସୀ ମାନେ ଗୁରୁଜନ ମାନଙ୍କୁ ଗାଁ ପାଇଁ ସେମାନଙ୍କ ଅବଦାନକୁ ମନେପକାଇବା ପାଇଁ ନିଆରା ପରମ୍ପରା ପାରିଲେ। ବରିଷ୍ଠ ନାଗରିକଙ୍କୁ ଫୁଲମାଳ, ଉପଢ଼ୌକନ ଓ ନୁତନ ବସ୍ତ୍ର ଏବଂ ମିଠା ପାକେଟ ଦେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସମସ୍ତେ ଗୁରୁଜନଙ୍କ ପାଦଛୁଇ ପ୍ରଣାମ କରିଥିଲେ।ଯାହା ସେଠାରେ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ଗ୍ରାମର ଜୋଇଁ ଶିବାଜୀ ଚରଣ ନାୟକ, ଅଶୋକ କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା।ସମସ୍ତ କାର୍ଯ୍ୟକ୍ରମକୁ ସଂପାଦକ ତଥା ବରିଷ୍ଠ ଶିକ୍ଷାବିତ ରାହାସବିହାରୀ ମହାନ୍ତିଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ

ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *