Spread the love

ନିର୍ଦ୍ଧାରିତ ହେଲା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ

ଭଟଲି (ଅଭିମନ୍ୟୁ ପଧାନ ):- ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିରରେ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ନିରୂପଣ ପାଇଁ ମନ୍ଦିର ଟ୍ରଷ୍ଟବୋର୍ଡ ତଥା ଦଧିବାମନ ମୁକ୍ତିମଣ୍ଡପର ଆହ୍ବାନକ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁକ୍ତିମଣ୍ଡପ ସଭାପତି ପଣ୍ଡିତ ନେହରୁଲାଲ ଶତପ‌ଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଭାଦ୍ରବ ଶୁକ୍ଳପକ୍ଷ ଋଷି ପଞ୍ଚମୀ ୧୫ ତାରିଖ ମଙ୍ଗଳବାର ସିଂହ ୩୦ଦିନ ପୂର୍ବାହ୍ନ ୯ଟା ୨୦ ମିନିଟ୍ 42 ସେକେଣ୍ଡ ଗତେ ୯ଟା ୩୩ ମିନିଟ୍ ୪୬ ସେ ମଧ୍ୟ ବିଶୁଦ୍ଧ ତୁଳାଲଗ୍ନେ ସ୍ବାତୀ ନକ୍ଷତ୍ରେ ତୁଳଚନ୍ଦ୍ର ମୀନ ନବାଂଶେ ଶ୍ରୀଦଧିବାମନ ମହାପ୍ରଭୁଙ୍କୁ ନୂଆଭୋଗ ଅର୍ପଣ କରାଯିବାକୁ ସ୍ଥିରୀକୃତ ହୋଇଛି। ମୁକ୍ତିମଣ୍ଡପର ପଣ୍ଡିତ ଗୌରଚନ୍ଦ୍ର ରଥ, ଚୂଡ଼ାମଣି ରଥ, ମନୋରଞ୍ଜନ ହୋତା, ବୈଷ୍ଣବ ଷଡ଼ଙ୍ଗୀ, ସରୋଜ ଷଡ଼ଙ୍ଗୀ, ରାଜେଶ ମିଶ୍ର, ରୋହିତ ରଥ, ସୀତାରାମ ଦାଶ, ଆୟୁଷ୍ମନ୍ତ ଷଡ଼ଙ୍ଗୀ, ଶ୍ରୀବତ୍ସ ପାଣିଗ୍ରାହୀ, ସୁରେଶ ଷଡ଼ଙ୍ଗୀ, ରୂପେଶ୍ବର ଷଡ଼ଙ୍ଗୀ, ଗୋକୁଳେଶ୍ଵର ରଥ, ବିଷ୍ଣୁଦୟା ଦାଶ, ସୁରେନ୍ଦ୍ର ମୋହନ ପଣ୍ଡା, ପଞ୍ଚମ ପୁରୋହିତ, ଛନ୍ଦାଚରଣ ରଥ, ଗଣେଶରାମ ରଥ, ସଦାନନ୍ଦ ଷଡ଼ଙ୍ଗୀ, ରାମେଶ୍ବର ଷଡ଼ଙ୍ଗୀ ଏବଂ ଆଞ୍ଚଳିକ କର୍ମକାଣ୍ଡୀୟ ପଣ୍ଡିତମାନଙ୍କ ଉପସ୍ଥିତିରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମୋତିଲାଲ ବନଛୋର, ଟ୍ରଷ୍ଟବୋର୍ଡ ସଦସ୍ୟ ରାମ ବେହେରା, ଦୁଷ୍ମନ୍ତ ସାହୁ, ସୁରେଶ ସାହୁ, ପୂର୍ବତନ ଟ୍ରଷ୍ଟି ଗୋପିନାଥ ସାହୁ, ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *