### ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ABVPର ଦମ୍ଦାର ସଫଳତା, ୧୬ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ତାଳଚେର: ତାଳଚେର ବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ବଡ଼ ସଫଳତା ମିଳିଛି। ସଂଗଠନର ୧୬ ଜଣ ପ୍ରାର୍ଥୀ ବିଭିନ୍ନ ପଦପଦବୀରେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଏହି ସଫଳତାକୁ ନେଇ ABVP ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ଛାତ୍ରସଂସଦ ନିର୍ବାଚନରେ ୧୬ ଜଣ ପ୍ରାର୍ଥୀଙ୍କ ନିର୍ଦ୍ୱନ୍ଦ୍ୱ ବିଜୟ ସଂଗଠନ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଭାବେ ଦେଖାଯାଉଛି। ବିଜୟୀ ପ୍ରାର୍ଥୀମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
ଆଗାମୀ ଦିନରେ ମହାବିଦ୍ୟାଳୟର ଶିକ୍ଷାଗତ ପରିବେଶର ଉନ୍ନତି, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଏବଂ ଛାତ୍ରସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ଦେବାକୁ ବିଜୟୀ ପ୍ରାର୍ଥୀମାନଙ୍କଠାରୁ ଆଶା ରଖାଯାଇଛି।
ନିର୍ବାଚନରେ ସଫଳତା ହାସଲ କରିଥିବା ସମସ୍ତ ୧୬ ଜଣ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀଙ୍କ ଆସ୍ଥାକୁ ସମ୍ମାନ ଦେଇ କାର୍ଯ୍ୟ କରିବାକୁ ଆଶା ପ୍ରକାଶ ପାଇଛି।

