Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନୂଆ ବର୍ଷର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଜେ ବି ଏନ, ୦୧/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ନୂତନ ବର୍ଷ 2021ର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ରାଷ୍ଟ୍ରପତି ଏକ ବାର୍ତ୍ତାରେ କହିଛନ୍ତି, “ନୂତନ ବର୍ଷ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।

 

ପ୍ରତ୍ୟେକ ନୂତନ ବର୍ଷ ଏକ ନୂତନ ଆରମ୍ଭ କରିବାର ସୁଯୋଗ ପ୍ରଦାନ କରେ ଏବଂ ବ୍ୟକ୍ତିଗତ ଓ ସାମୂହିକ ବିକାଶ ପାଇଁ ଆମର ସଂକଳ୍ପକୁ ଗୁରୁତ୍ୱ ଦେଇଥାଏ ।

 

କୋଭିଡ-19 ପରିସ୍ଥିତିରୁ ଉତ୍ପନ୍ନ ଏହି କଷ୍ଟକର ସମୟ ଆମ ସମସ୍ତଙ୍କ ପାଇଁ ଏକଜୁଟ ହୋଇ ଆଗକୁ ବଢିବାର ଏକ ସମୟ । ସାଂସ୍କୃତିକ ମୂଲ୍ୟବୋଧକୁ ମଜବୁତ କରିବାର ଏହା ମଧ୍ୟ ସମୟ, ଯାହା ବିବିଧତା ଉପରେ ଆମର ଏକତା ଉପରେ ବିଶ୍ୱାସକୁ ଦୃଢିଭୂତ କରେ ।

 

ନୂତନ ବର୍ଷ 2021ର ପୂର୍ବ ସନ୍ଧ୍ୟାରେ, ଆସନ୍ତୁ ମିଳିତ ଭାବେ ପ୍ରେମ, କରୁଣା ଏବଂ ସହନଶୀଳ ହୃଦୟ ​​ଦ୍ୱାରା ଶାନ୍ତି ଏବଂ ସଦ୍ଦିତ୍ସାକୁ ପ୍ରୋତ୍ସାହିତ କରୁଥିବା ଏକ ସୁସ୍ଥ ସମାଜ ଗଠନ ଦିଗରେ କାର୍ଯ୍ୟ କରିବା ।

 

ଆପଣ ସମସ୍ତେ ସୁରକ୍ଷିତ ଓ ସୁସ୍ଥ ରୁହନ୍ତୁ ଏବଂ ଆମ ଦେଶର ପ୍ରଗତିର ସାଧାରଣ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ନୂତନ ଶକ୍ତି ସହିତ ଆଗକୁ ବଢନ୍ତୁ” ।