Spread the love

ନେସ ତରଫରୁ ପାରିବାରିକ ବଣ ଭୋଜି….


ଅନୁଗୋଳ/ନାଲକୋ ନଗର – ବୃହତ ଶ୍ରମିକ ସଙ୍ଘ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସହ ବନ୍ଧିତ ନାଲକୋ ଏମ୍ପଲୋୟିଜ ସଙ୍ଘ (ନେସ) ତରଫରୁ ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ୍ୟ ନୂତନ ବର୍ଷ ଉପଲକ୍ଷେ ଅନୁଗୋଳ ଜିଲ୍ଲାର କୁରୁଡୋଲ ଗ୍ରାମ ସ୍ଥିତ “ହନୁମାନ ବାଟିକା”ନିକଟରେ ଆଜି ଏକ ବଣ ଭୋଜିର ଆୟୋଜନ ହୋଇଅଛି, ଏଥିରେ ସଂଗଠନର ଅନେକ ସଦସ୍ୟ ନିଜ ନିଜର ପରିବାର ବର୍ଗଙ୍କୁ ନେଇ ବଣଭୋଜି କରିବାକୁ ପ୍ରତେକ ବର୍ଷପରି ଏ ବର୍ଷ ମଧ୍ୟ୍ୟ ପୂର୍ଣ୍ଣ ମାତ୍ରାରେ ଆଗେଇ ଆସିଥିଲେ,ଯାହା ନାଲକୋ ଶ୍ରମିକ ସଂଗଠନ “ନେସ” ଦ୍ୱାରା ଏକ ନିଆରା ପ୍ରୟାସ ବୋଲି ସାଧାରଣ ମହଲରେ ଚର୍ଚ୍ଚା ହୋଇଥାଏ,ଏଥିରେ ସଂଗଠନ ତରଫରୁ ଅନ୍ୟ ଜିଲ୍ଲାରୁ ମେଲୋଡି ଅଣାଯାଇଥିଲା ଏବଂ ମହିଳା ଓ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ନାଚ ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଏଥିରେ ସଂଗଠନର ସଭାପତି ଶ୍ରୀ ନିର୍ମଳ କୁମାର ସାମଲଙ୍କ ନିର୍ଦେଶରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ସଂଗଠନର ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, ବିଜନ ଦଳ ବେହେରା, ମଳୟ ସ୍ୱାଇଁ, ଉପେନ୍ଦ୍ର ବେହେରା, ଅଶୋକ ସାହୁ, ମନୋଜ ସ୍ୱାଇଁ,ପ୍ରଭାଷ ସିଂ,ଉପେନ୍ଦ୍ର ବେହେରା, ସଂଜୀବ ଦାସ,ଅଶ୍ୱିନୀ ସାମଲ,ଗଣେଶ୍ୱର ବେହେରା, ଶ୍ରବଣ ସ୍ୱାଇଁ, ଅଟଳ ଷଡ଼ଙ୍ଗୀ, ପ୍ରକାଶ ବେହେରା, ସୁଧାଂଶୁ ମିଶ୍ର, ତ୍ରିନାଥ ରାଉତରାଏ, ଅକ୍ଷୟ ଜାଲି, ଅଞ୍ଜନ ଦଳ ବେହେରା, ଅନିଲ ଜେନା, ସୁଶାନ୍ତ ସାହୁ, ନାରାୟଣ ମାରାଣ୍ଡି, ଏସ.କେ ଯୁସୁଫ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ…..

Leave a Reply

Your email address will not be published. Required fields are marked *