Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପଇସା ନ ଦେବାରୁ ଜୋଇଁ କୁ ମାଡ ମାରି ଲେ ଶ୍ଵଶୁର ଘରଲୋକେ

 

ଜେ ବି ଏନ, ୧୪/୦୩/୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ର ରୁଦ୍ରପୁର ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା । ଘଟଣା ରୁ ପ୍ରକାଶ ଯେ ରୁଦ୍ରପୁର ଗ୍ରାମ ପ୍ରଶାନ୍ତ ଦାସ ଭଦ୍ରକ ଜିଲ୍ଲା ରେ ବିବାହ କରିଥିଲେ। ବିବାହ ପରେ ସେ ବ୍ୟବସାୟ ପାଇଁ ଶ୍ଵଶୁର ଘରକୁ ଆଥୀକ ସହାୟତା ଯୋଗାଇ ଦେବା ପାଇଁ କହିଥିଲେ। ଏହା ପରେ ତାଙ୍କ ଶ୍ଵଶୁର ଘରଲୋକେ ଏକ ଗୋଷ୍ଠୀ ରୁ ଏକ ଲକ୍ଷ ଟଙ୍କା ଉଠାଇ ପ୍ରଶାନ୍ତ ଙ୍କୁ ଦେଇ ଥିଲେ। ସତ୍ତ ଅନୁସାରେ ସେ ମାସକୁ ମାସ ଟଙ୍କା ଦେବା କଥା କିନ୍ତୁ ସେ ଏହାକୁ ଦେଇନଥିଲେ । ଆଜି ତାଙ୍କ ଶ୍ଵଶୁର ଘରଲୋକେ ରୁଦ୍ରପୁର ରେ ପହଞ୍ଚି ପ ଇସା ଦେବା ପାଇଁ କହିଥିଲେ । ଏହି ଘଟଣା କୁ ନେଇ ଉଭୟ ଙ୍କ ମଧ୍ୟ ରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶ୍ଵଶୁର ଘରଲୋକେ ପ୍ରଶାନ୍ତଙ୍କୁ ଏକ ଗଛରେ ଦଉଡ଼ି ରେ ବାନ୍ଧି ନିସ୍ତୁକ ମାଡ଼ ଦେଇଥିଲେ। ଏହାକୁ ନେଇ ଗ୍ରାମ ରେ ଚାପା ଉତ୍ତେଜନା ପାଇଥିଲା।ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ପହଞ୍ଚି ଶ୍ଵଶୁର ଘର ଲୋକଙ୍କ କବଳରୁ ପ୍ରଶାନ୍ତଙ୍କୁ ଉଧାର କରିଥିଲେ।