Spread the love

* *ପଦମପୁରରେ ବରଗଡ଼ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଉଦଘାଟିତ। ପ୍ରଶିକ୍ଷଣରେ ଅଂଶ ଗ୍ରହଣ କଲେ ଗାଈସିଲେଟ୍ ବ୍ଲକ୍, ରାଜବୋରାସମ୍ୱର,ଝାରବନ୍ଧ ଓ ପାଇକମାଳ ବ୍ଲକର ସମସ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ*

ବରଗଡ଼:୨୨/୧୦( ପବିତ୍ର ମେହେର )::ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦମପୁରରେ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ଶୁଭ ଉଦଘାଟନ ହୋଇଯାଇଛି। ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଇଓ ଲୋକନାଥ ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜବୋରାସମ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରାଲମ୍ବ ପଟେଲ, ପେଡାଗୋଜି କୋର୍ଡିନେଟର ପୁଷ୍ପାଞ୍ଜଳି ଦାଶ ଏବଂ ପ୍ରଶିକ୍ଷକ ଭାବରେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ୍ ପତି,ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ, ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା,ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାର ପ୍ରଧାନଶିକ୍ଷକ ଅଜୟ କୁମାର ମେହେର, ତୋରା ହାଇସ୍କୁଲର ପ୍ରଧାନଶିକ୍ଷକ ସଙ୍ଗୀତା ମିଶ୍ର, ,ପଣ୍ଡକିପାଲି ହାଇସ୍କୁଲର ଶିକ୍ଷକ ପୁସ୍ତମ୍ ବିଶି ଯୋଗ ଦେଇଥିଲେ। ଏଥିରେ ଗାଈସିଲେଟ୍ ବ୍ଲକ୍,

ରାଜବୋରାସମ୍ୱର,ଝାରବନ୍ଧ ଓ ପାଇକମାଳ ବ୍ଲକର ସମସ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ NEP – 2020ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ,ମାନ ନିର୍ଦ୍ଧାରଣ, ନେତୃତ୍ୱ ବିକାଶ, ସାମାଜିକ, ଆବେଗିକ ଓ ନୈତିକ ବିକାଶ, ଅନ୍ତର୍ନିବେଶୀ ଶିକ୍ଷା ଓ ସମତା, ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ସାଇବର ସୁରକ୍ଷା , ବିଦ୍ୟାଳୟ ଓ ଆର୍ଥିକ ପରିଚାଳନା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗୋଷ୍ଠୀ ସମ୍ପର୍କ, ଉପସ୍ଥାପନ ଅବଧାରଣ ବୃଦ୍ଧି ଓ ପାଠ ତ୍ୟାଗୀର ନିରାକରଣ, ଧନ୍ଦାମୂଳକ ଶିକ୍ଷା, ବିଦ୍ୟାଳୟ ବିକାଶ ଯୋଜନା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରାଯିବାର କାର୍ଯ୍ୟକ୍ରମ ରହିଛି।ପ୍ରଶିକ୍ଷକ ସଞ୍ଜୟ ଖମାରୀ ଶିକ୍ଷଣ ପ୍ରଣାଳୀ ଓ ଶିକ୍ଷଣ ସ୍ତର ଅନୁସାରେ ସାମଗ୍ରିକ ବିକାଶ ପତ୍ର(Holistic Progress Card)ର ଆବଶ୍ୟକତା ବିଷୟରେ ପ୍ରଶିକ୍ଷାର୍ଥୀଙ୍କୁ ଧାରଣା ଦେଇଥିଲେ। ପ୍ରଶିକ୍ଷକ ପୁସ୍ତମ୍ ବିଶି NEP – 2020ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା ନେତୃତ୍ବ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିବା ବେଳେ ଶିକ୍ଷୟିତ୍ରୀ ସଙ୍ଗୀତା ମିଶ୍ର ଶୈକ୍ଷିକ କୌଶଳ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରଶିକ୍ଷକ ଅଜୟ ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *