Spread the love

ପବିତ୍ର ପ୍ରଧାନଙ୍କ ତିରୋଧାନ ଦିବସ ପବିତ୍ରନଗରରେ ପାଳିତ

ତାଳଚେର,୧୩ ଜୁନ ୨୦୨୫ ଆଞ୍ଚଳିକ ପବିତ୍ର ମୋହନ ସ୍ମୃତି କମିଟି ଦ୍ବାରା ଆୟୋଜନ ୩୮ତମ ତିରୋଧାନ ଦିବସ ଆଜି ପବିତ୍ରନଗରରେ ପାଳନ କରାଯାଇଛି। ଏହି ଅବସରରେ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଙ୍କ ସଭାପତି ପରିଚାଳନା ରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଓ ବିଶିଷ୍ଟ ଅତିଥି ମାନ୍ୟବର ପାଳଲହଡା ବିଧାୟକ ଅଶୋକ ମହାନ୍ତି ମହୋଦୟ ଉପସ୍ଥିତ ଥିଲେ। ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଠାରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭରେ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଓ ହୋମକାର୍ଯ କରାଯାଇଥିଲା। ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷକ, ଓ ପବିତ୍ରପ୍ରେମୀ ମାନେ ତାଙ୍କ ଜୀବନି ଓ ନିତିଆଦର୍ସ ଉପରେ ଆଲୋକପାତ କରିଥିଲେ ସାଂସଦ ଶ୍ରୀ ପାଣି ମହୋଦୟ କହିଥିଲେ, “ପବିତ୍ର ବାବୁଙ୍କ ନୀତି ଆଦର୍ଶ ଓ ସମାଜ ପ୍ରତି ତ୍ୟାଗ ଆଜି ମଧ୍ୟ ଆମ ପାଇଁ ପ୍ରେରଣା ଦାୟୀ ଅଟେ ବୋଲି କହିଥିଲେ।” ବିଧାୟକ ଶ୍ରୀ ଅଶୋକ ମହାନ୍ତି ତାଙ୍କ ସ୍ମୃତି ଚାରଣରେ କହିଥିଲେ ପବିତ୍ର ବାବୁ ଜଣେ ଶିକ୍ଷକ, କବି ଗାଳ୍ପିକ ଓ ଜଣେ ସ୍ୱାଧୀନତା ସଂଗ୍ରାମୀ ଅଟନ୍ତି l

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ଶ୍ରୀଯୁକ୍ତ ଜଗମୋହନ ପ୍ରଧାନ ଓ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ସାହୁ ଓ ପାଳଲହଡ଼ାର ସଂଯୋଜକ ଶ୍ରୀଯୁକ୍ତ ପ୍ରହ୍ଲାଦ ସାମଲ l ପବିତ୍ରନଗର ମଣ୍ଡଳ ସଭାପତି ମନୋଜ ବିଶ୍ଵାଳ ଓ ମଣ୍ଡଳ ସାଧାରଣ ସମ୍ପାଦକ ସୁନିଲ୍ କୁମାର ପ୍ରଧାନ, ବୁରୁକୁନା ସରପଞ୍ଚ ଶ୍ରୀଯୁକ୍ତ ଦୁଃଖବନ୍ଧୁ ବେହେରା, ପରାବିଲ୍ ସରପଞ୍ଚ କବିତା ରାଣୀ ପ୍ରଧାନ, କର୍ଣ୍ଣପାଳ ସରପଞ୍ଚ ହୃଷୀକେଶ ସାମଲ ଓ ବିରୁ ସରପଞ୍ଚ ଧରଣୀଧର ବେହେରା ଓ ବୁରୁକୁନା ସମିତ୍ ସଭ୍ୟ ଯୁଗଳ କିଶୋର ସାହୁ, ଶିକ୍ଷାବିତ୍ ଶ୍ରୀଯୁକ୍ତ ପ୍ରମୋଦ ସାହୁ, ଅରୁଣ ରଞ୍ଜନ ସାହୁ, ପ୍ରଭାକର ମହାନ୍ତି ଓ ଶିକ୍ଷାବିତ୍ ଓ ବରିଷ୍ଠ ପବିତ୍ର ପ୍ରେମୀ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ସହିତ ପ୍ରଶାନ୍ତ ପ୍ରଧାନ, ପବିତ୍ର ପ୍ରଧାନ, ବିଭୂତି ଭୂଷଣ ପ୍ରଧାନ, ସୌମ୍ୟ ରଞ୍ଜନ ପ୍ରଧାନ, ବିଜୟ ପ୍ରଧାନ, ମନୋଜ ପ୍ରଧାନ, ବିଜୟ ସାହୁ, ରଘୁନାଥ ବିଶ୍ଵାଳ, ସବିତା ନନ୍ଦ, ପ୍ରତିମା ସାହୁ, ପ୍ରଦୀପ ମହାରଣା, ମିଟୁ ବିଶ୍ଵାଳ, ଲୋକନାଥ ସାହୁ, ମୁନୀନ୍ଦ୍ର ପ୍ରଧାନ, ସୁମନ୍ତ ପ୍ରଧାନ, ଲୋଚନ ସାହୁ, ଶ୍ୟାମଘନ ସାହୁ,ଅଙ୍ଗଦ ସାହୁ, ପ୍ରମୋଦ ସାହୁ, ସନ୍ତୋଷ ମହାନ୍ତି, ସୁଜିତ୍ ବାରିକ, ଅଞ୍ଜନ ମହାନ୍ତି ବିଶେଷ ଅତିଥି ଭାବେ ଉପସ୍ଥିତି ଥିଲେ l

Leave a Reply

Your email address will not be published. Required fields are marked *