Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପରଲୋକରେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ଭାଇ

 

 

ଜେ ବି ଏନ, ୨୫/୦୩ /୨୦୨୧, ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ପାଟନା : ରାଷ୍ଟ୍ରୀୟ ଜନତାଦଲ (ଆରଜେଡି) ସଂସ୍ଥାପକ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ଭାଇ ମହାବୀର ରାୟଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କୁ ଅପରାହ୍ନ ସାଢେ ୨ଟା ବେଳେ ପାଟନାସ୍ଥିତ ଆଇଜିଆଇଏମଏସ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମବାବୀର ରାୟ ରକ୍ତଚାପ, ସୁଗାର ଓ ଆଜମାରେ ଆକ୍ରାନ୍ତ ଥିଲେ। ଗତ ୨-୩ମାସ ହେଲା ତାଙ୍କ ବୃକକ ଅକାମୀ ହୋଇଯିବା ଯୋଗୁ ସେ ଗୁରୁତର ଅସୁସ୍ଥ ଥିଲେ। ତେବେ ଗୁରୁବାର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ପରଲୋକ ହୋଇଛି। ବଡବାପାଙ୍କ ପରଲୋକରେ ଆରଜେଡି ଅଧ୍ୟକ୍ଷ ତେଜସ୍ୱୀ ଯାଦବ ତାଙ୍କର ଶେଷ ଦର୍ଶନ ନିମନ୍ତେ ଆଇଜିଆଇଏମଏସ୍ ଯାଇଛନ୍ତି। ତେବେ ଗୋଖାଦ୍ୟ ଦୁର୍ନୀତି ଯୋଗୁ ଜେଲରେ ବନ୍ଦୀ ଥିବା ଯୋଗୁ ଲାଲୁ ପ୍ରସାଦ ଯାଦବ ବଡ ଭାଇଙ୍କୁ ଅନ୍ତିମ ଶଜ୍ଜାରେ ଦେଖିପାରି ନାହାନ୍ତି। ମହାବୀର ରାୟଙ୍କ ପରଲୋକରେ ରାବଡୀ ଦେବୀଙ୍କୁ ବାସଭବନରେ ଶୋକର ଛାୟା ଖେଳି ଯାଇଛି।