Spread the love

ପାକିସ୍ତାନର ଉତ୍ତର ପଶ୍ଚିମ ଭାଗରେ ଏକ ଭୟଙ୍କର ଆକ୍ରମଣରେ ୧୩ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ୧୯ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।ୱାଜିରିସ୍ତାନ ଜିଲ୍ଲାରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଏକ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରଣକାରୀ ବୋଝେଇ ଗାଡ଼ିକୁ ସୈନିକମାନେ ରହୁଥିବା ସ୍ଥାନକୁ ପଠାଇଥିଲା।

ଏହାପରେ ହୋଇଥିବା ଧମାକାରେ ୧୩ ଜଣ ସୈନିକଙ୍କର ମୃତ୍ୟୁ ଘଟିଛି। ୧୦ ସୈନ୍ୟକର୍ମୀ ଏବଂ ୧୯ ଜଣ ନାଗରିକ ଆହତ ହୋଇଛନ୍ତି। ବିସ୍ଫୋରଣରେ ଆଖ-ପାଖରେ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ବିସ୍ଫୋରଣ ଯୋଗୁଁ ଦୁଇଟି ଛାତ ଖସିପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *