Spread the love

*ପିଏମ ଶ୍ରୀ ସ୍କୁଲରେ କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ*

ବରଗଡ:୭/୩(ପବିତ୍ର ମେହେର ) ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସରକାରୀ ପିଏମ ଶ୍ରୀ ହାଇସ୍କୁଲ ମୁରୁମକେଲରେ ବିଦ୍ୟାଳୟସ୍ତରୀୟ କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜପତି ଡନସନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେଶିକ୍ଷକ ପରମାନନ୍ଦ ଭୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରଶିକ୍ଷକ ଭାବରେ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଯୋଗ ଦେଇ କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ ଓ କିଶୋରାବସ୍ଥାରେ ଶାରୀରିକ,ମାନସିକ ଓ ଆବେଗିକ ପରିବର୍ତ୍ତନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଧାରଣା ପ୍ରଦାନ କରିଥିଲେ।ନାବାଳିକା ଶିଶୁ ନିର୍ଯ୍ୟାତନା ଉପରେ ଚାଇଲଡ୍ ଲାଇନ୍ ଇଣ୍ଡିଆ ଫାଉଣ୍ଡେସନ ଦ୍ବାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା।ବିଦ୍ୟାଳୟର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରୋହିତ ପାଣି, ନୋଦିତ କୁମାର ସାହୁ, ମନୋଜ କୁମାର ଜାଲ, କିରଣ ଚନ୍ଦ୍ର ପାତ୍ର, ଜୀବର୍ଦ୍ଧନ ମେହେର, ସୁଧୀର କୁମାର ଦାଶ, ହିମାଞ୍ଚଳ ପଧାନ,ଶିକ୍ଷୟିତ୍ରୀ ପ୍ରଭାସିନୀ ସରାଫଙ୍କ ସମେତ କର୍ମଚାରୀ ସୁରଞ୍ଜନ ସାହୁ ଓ ସଙ୍ଗୀତା ବଘାର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଜୁନିଅର୍ ରେଡକ୍ରସ କାଉନସିଲର ଚନ୍ଦ୍ରମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *