Spread the love

ପୀତବାସ ପଣ୍ଡା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ପିଣ୍ଟୁ ଦାସ ଫୁଲବାଣୀ ଜେଲରେ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

କନ୍ଧମାଳ,(ସୁଶୀଳ କୁମାର ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳ ର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କୁ ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସର୍କଲ ଜେଲକୁ ଅଣାଯାଇଛି। ପ୍ରକାଶ ଯେ, ବ୍ରହ୍ମପୁର ଜେଲରେ ପିଣ୍ଟୁ ନିଜକୁ ଅସୁରକ୍ଷିତ ସହ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ ତାଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଫୁଲବାଣୀ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *