ପୁଣି କଙ୍ଗାରୁକୋର୍ଟ ର ଶିକାର ହୋଇ ନିର୍ଯାତିତ ହେଉଛନ୍ତି ବଡ଼ ବାହାଲର ଲିଙ୍ଗରାଜ ପ୍ରଧାନ ଙ୍କ ପରିବାର !
ଜେ ବି ଏନ, ୧୮/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆଜିବି ଲୋକଙ୍କ ଭିତରେ ଭରି ରହିଛି ଅନ୍ଧ ବିଶ୍ୱାସ ଏଭଳି ଅନ୍ଧବିଶ୍ୱାସ ଯାହାକି ନ କହିବା ଭଲ କାଙ୍ଗାରୁ କୋର୍ଟ ବା ଯାହାର ଅନ୍ୟନାମ ବାସନ୍ଦ ଗାଁ ଲୋକ ମାନଙ୍କ କଥା ନ ମାନିଲେଗାଁ ରୁ କରା। ଯାଉଛି ବାସନ୍ଦ ବା କଙ୍ଗାରୁ କୋର୍ଟ ଆଜିଏଭଳି ଏକ ଘଟଣା ସମ୍ପର୍କରେ ଆଲୋକପାତ କରିବୁ ତାହା ଆପଣ ଙ୍କୁ ଚକିତ କରିଦେବ । ଗାଁ ଲୋକ ମାନଙ୍କ କଥା ନ ମାନିବାରୁ ଲିଙ୍ଗରାଜ ପ୍ରଧାନ ଙ୍କୁ କଙ୍ଗାରୁକୋର୍ଟ ର ନିର୍ଯ୍ୟାତନା ସହିବାକୁ ପଡିଛି । ଏପରିକି ନିଆଁ ,ପାଣି,ରାସ୍ତା ଘାଟ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଛନ୍ତି ଲିଙ୍ଗରାଜ ପ୍ରଧାନ ଙ୍କ ସପରିବାର ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନଗୁଳ ଜିଲ୍ଲା କିଶୋର ନଗର ବ୍ଲକ ବିଲେଇ ନାଳୀ ଗ୍ରାମ ପଞ୍ଚାୟତ ର ବଡ଼ ବାହଲ ଗ୍ରାମ ରେ ।ସୂଚନା ଅନୁସାରେ କୌଣସି କାରଣ ନ ଦର୍ଶାଇ ବଡ଼ ବାହଲ ଗ୍ରାମ ର ସଭାପତି ଏବଂ ସମ୍ପାଦକ ଗ୍ରାମ୍ୟ କମିଟି ତରଫରୁ ଗତ ୫ତାରିଖ ସକାଳେ ଲିଙ୍ଗରାଜ ପ୍ରଧାନ ର ସପରିବାର କୁ କେହି କଥା ବାର୍ତ୍ତା ନ କରିବା ସହ ନିଆଁ, ପାଣି, ରାସ୍ତା ଘାଟ ବନ୍ଦ କରାଗଲାବୋଲିଗାଁ ରେ ଡେଙ୍ଗୁରା ଦିଆ ଯାଇଥିଲା ।ଏହା ଶୁଣି ଲିଙ୍ଗରାଜ ଆଶ୍ଚର୍ଯ୍ୟ ହେବା ସହ ଗାଁ ଲୋକ ଏବଂ ସଭପତି ଓ ସମ୍ପାଦକ ଙ୍କୁ ଏ କଥା ପଚାରିବାରୁ ସେ ମାନେ ଆମ ସହ କଥା ହୁଅନି ନ ହେଲେ ଆମେ ଗାଁ ରେ1000ଟଙ୍କା ଜରିମାନା ଦେବୁ ବୋଲି ଗାଁ ଲୋକଙ୍କ ବିରୁଦ୍ଧରେ ହଣ୍ଡପା ଥାନା ରେ ଅଭିଯୋଗ ଆଣି ଛନ୍ତି ଲିଙ୍ଗରାଜ ଏବଂ ତାଙ୍କ ପରିବାର । ତେବେ ଏଠି ପ୍ରଶ୍ନ ଉଠୁଛି ସାମାଜିକ ମୌଳିକ ଅଧିକାରରୁ ବଞ୍ଚିତ କରିବା ବା ବାସନ୍ଦ କରିବାକୁ ଗାଁ ଲୋକ ଏବଂ ସଭାପତି ଓ ସମ୍ପାଦକ ଙ୍କୁ ସେ ଅଧିକାର ଦେଲା କିଏ?କାହା ବଳ ରେ ବଳିୟାନ ବଡ଼ ବାହଲ ଗାଁ ର ଲୋକ ଏବଂ ସଭାପତି, ସମ୍ପାଦକ ? ନିଆଁ ପାଣି ବନ୍ଦ କରିବା କୁ ଏମାନେ କିଏ ? ଗାଁ ଲୋକ ମାନଙ୍କ ଲିଙ୍ଗରାଜ ଙ୍କୁ ବାସନ୍ଦ କରିବା ରେ ନିଜର କିଛି ସ୍ୱାର୍ଥ ଅଛି କି ? ତେବେ କଙ୍ଗାରୁକୋର୍ଟ ର ନିର୍ଯ୍ୟାତନା ର ଶିକାର ହୋଇ ନାହିଁ ନ ଥିବା ହଇରାଣ ହେଉଛନ୍ତି ଲିଙ୍ଗରାଜ ଙ୍କ ସପରିବାର ।ଏପରିକି ଖାଇବା ପିଇବା ତ ଦୂରର କଥା ଚୁଲି ବି ଜଳୁ ନାହିଁ ।ତେବେ ଏନେଇ ଲିଙ୍ଗରାଜ ହଣ୍ଡପା ଥାନା ର ଦ୍ୱାରସ୍ଥ ହୋଇ ଥିଲେ ମଧ୍ୟ ହଣ୍ଡପା ଥାନା ଅଧିକାରୀ ଘଟଣା କୁ ଚପେଇ ଦେବାକୁ ଚେଷ୍ଟା କରିଥିବା ଅନୁମାନ କରାଯାଉଛି ।ଏ ବିଷୟ ରେ ଥାନା ଅଧିକାରୀ ଙ୍କୁ ପ୍ରତିକ୍ରିୟା ମାଗିବାରୁ ସେ ରୋକଠୋକ ଏ ବିଷୟରେ ମୁଁ କିଛି ଜାଣି ନି କହି ଫୋନ କାଟି ଦେଇଥିଲେ ଏବଂ ଆଉ ଫୋନ ଉଠାଇ ନଥିଲେ ।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ପୋଲିସ ପ୍ରଶାସନ କାହା ପାଇଁ? ସାଧାରଣ ଜନତାଙ୍କ ପାଇଁ ନା କେତେକ କୁଜିନେତା ଦଲାଲ ଙ୍କ ପାଇଁ ? ଓଡିଶା ସରକାରଙ୍କ 5t ଯୋଜନା ଗଲା କୁଆଡେ ?ଏଥି ପ୍ରତି ଅନଗୁଳ sp କଣ ନେବେ ପଦକ୍ଷେପ ଦେଖିବାକୁ ବାକି ରହିଲା?


