Spread the love

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି: ରାଜ୍ୟର ଶାନ୍ତି ଓ ସମୃଦ୍ଧି କାମନା
​ପୁରୀ: ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଜ୍ୟର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟିଙ୍କ ସହ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି।


​ଶ୍ରୀମନ୍ଦିର ପରିଦର୍ଶନ ସମୟରେ ରାଜ୍ୟପାଳ ଏବଂ ତାଙ୍କ ଧର୍ମପତ୍ନୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ। ମହାପ୍ରଭୁଙ୍କ ଶ୍ରୀଚରଣରେ ପ୍ରଣାମ ଜଣାଇ ରାଜ୍ୟପାଳ ସମସ୍ତ ରାଜ୍ୟବାସୀଙ୍କ ମଙ୍ଗଳ, କଲ୍ୟାଣ ତଥା ରାଜ୍ୟର ଶାନ୍ତି, ସମୃଦ୍ଧି ଏବଂ ନିରନ୍ତର ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା।

Leave a Reply

Your email address will not be published. Required fields are marked *