Spread the love

ପ୍ରଜ୍ଞାନ୍ ମିଶନ ପକ୍ଷରୁ ଶ୍ରୀମଦ୍ ଭଗବତ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ଜଗତସିଂହପୁର,ତା-୨୪/୧୧/୨୪ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅଧ୍ୟାପକ ପ୍ରଦୀପ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଦଗାତା ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ରୂପେ ପଣ୍ତିତ ପ୍ରମୋଦ ପଣ୍ଡା ଯୋଗଦେଇଥିଲେ।ବିଚାରକ ରୁପେ ସୁବାସ ବେହେରା, ଡ଼ ଆରତୀ ତ୍ରିପାଠୀ, ସୁଦର୍ଶନ ନାୟକ, ସରୋଜିନୀ ବଳ, ବସନ୍ତ ମହାରଣା, ବାବାଜୀ ଚରଣ ଦାସ,ବିପିନୀ ବିହାରୀ ପାଣିଗ୍ରାହୀ, ଚୈତନ୍ୟ ଚରଣ ରାଉତ, ବସନ୍ତ କୁମାର ଦାସ, ବଂଶିଧର ଆଚାର୍ଯ୍ୟ, ନବଘନ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ।ଗୀତା ଆବୃତ୍ତି କରିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଗୃପ ( କ) ଶ୍ରେୟାସିଂ ସାହୁ,ସୁବାଶିଷ ରାଉତ,ଏସ୍ କେ ଅର୍ଘ୍ୟ ସ୍ବରୁପା, ଗୃପ (ଖ) ସୁନୟନା ସ୍ବାଇଁ,ସାଇପଦ୍ମନୀ ଲେଙ୍କା,ସୁଭମ ସ୍ବାଇଁ,ଗୃପ୍ (ଗ) ଆର୍ ଶ୍ରୁତିରାଧା, ଅନନ୍ୟା ଶୁଭଦର୍ଶିନୀ,ଶରଣଶ୍ରୀତ୍ ସ୍ବାଇଁ,ଗୃପ (ଘ) ସ୍ମୃତି ରେଖା ଶତପଥୀ, ଶୁଶ୍ରୀ ତେଜସ୍ବନୀ ଦାଶ, ଶୁଭଶ୍ରୀ ରଥ ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଛନ୍ତି।ଆସନ୍ତା ଡ଼ିସେମ୍ବର ତା-୨୬ ଓ ୨୭ ରିଖରେ ରାଜ୍ୟ ସ୍ତରୀୟ ଗୀତ ଆବୃତ୍ତି ପ୍ରତିଯୋଗିତା ପୁରୀ ବାଲିଘାଇ ସ୍ଥିତ କ୍ରିୟା ଯୋଗ ଆଶ୍ରମରେ ଅନୁଷ୍ଠିତ ହେବ।ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ରାଉତ, ବିପ୍ଳବ ଚୌଧୁରୀ, ପୂର୍ଣଚନ୍ଦ୍ର ସାମନ୍ତରାୟ, ଗୟାଧର ସାହୁ, ଭଗବାନ ଦାଶ, ଗାୟତ୍ରୀ ରାଉତ,ଝୁଲାରାମ୍ ଦାଶ, ଡ଼ ବିଷ୍ଣୁପ୍ରିୟା ଦାଶ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଉକ୍ତ ଗୀତ ଆବୃତ୍ତି ପ୍ରତିଯୋଗିତା କୁ ଜିଲ୍ଲା ସଂଯୋଜକ ସତ୍ୟବ୍ରତ ବିଶ୍ବାଳ , ଚୈତନ୍ୟ ଚରଣ ରାଉତ ଏବଂ ବାସବ କୁମାର ନନ୍ଦ ପରିଚାଳନା କରୁଥିଲେ।ଶ୍ରୀକୃଷ୍ଣ ଏକାଡେମୀ ର ପ୍ରଧାନ ଶିକ୍ଷକ ରମାକାନ୍ତ ପତି ଧନ୍ୟବାଦ ଅର୍ପଣ କରିଥିଲେ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *