Spread the love

::ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ-“ପୋଲିସ ଆଢ଼ୁଆଳରେ ତୀର ଜୁଆଖେଳ, ଲେଖାଯାଇଛି ମନୋରଞ୍ଜନ ହେଲେ ବାସ୍ତବ ଚିତ୍ର ଅଲଗା ,କେବଳ ବିଡ଼ା ବିଡ଼ା ଟଙ୍କାର ବେପାର, ମନୋରଞ୍ଜନ ନାଁରେ ସାଧାରଣ ଲୋକଙ୍କ ଆଖିରେ ଧୂଳି ଦେଇ ଚାଲିଛି “ତୀର ଜୁଆ ଖେଳ”

ବରଗଡ:୨୪/୧୧(ପବିତ୍ର ମେହେର) ହଁ ଆଜ୍ଞା ଆମେ କହୁଛୁ ଓଡିଶାର ବରଗଡ ଜିଲ୍ଲା ଅତାବିରା ଥାନା ଅମଲିପାଲି ଗ୍ରାମ ପଂଚାୟତ ସ୍ଥିତ କୁକେତିରା ଓ ଗୁତିପାଲି ଆନୁକୂଲ୍ୟରେ ହେଉଥିବା ବାଲିଯାତ୍ରା କଥା,ନିଦାବିଷ୍ଣୁ ସାଜିଛି ଜିଲ୍ଲା ପୋଲିସ ପ୍ରଶାସନ! କେବଳ ଜୁଆଖେଳ ନୁହଁ ଲୋକଙ୍କ ଭାବନା ଓ ବିଶ୍ୱାସ ସହ ଖେଳୁଛି ପୋଲିସ, ଏପରିକି ପୋଲିସ ର ଘନ ଘନ ମେଳି ଥିଲେ ମଧ୍ୟ କାହା ସ୍ୱାର୍ଥରେ ଚାଲୁଛି ହାଇ ଟେକ୍ନୋଲୋଜି ତୀର ମାର୍କର ଜୁଆଖେଳ, ତେବେ ଏ ପ୍ରସଙ୍ଗ ଉପରେ ଆମେ ଏଥି ପାଇଁ ଖବର ପ୍ରସାରଣ କରିବାକୁ ବାଧ୍ୟ ହେଲୁ ଯେ ଅଞ୍ଚଳରେ ବ୍ୟାପକ ଧରଣର ନିଶା କାରବାର ସହ କୋରେକ୍ସରେ ବେଶ ବିଖ୍ୟାତ ଅତାବିରା ଅଞ୍ଚଳ ହେଲେ ଯାହାର ବାସ୍ତବ ଚିତ୍ର କହୁଛି ସବୁ ଜାଣି ନିଦାବିଷ୍ଣୁ ଅବତାରରେ ପୋଲିସ, ଘରେ ଯଦି ଶତୃ ତେବେ ଅଣ୍ଟି ଛୁରୀ ତଣ୍ଟି କାଟିବା ଥୟ ତେବେ ପୋଲିସ କାହା ପାଇଁ ବୋଲି ସାଧାରଣ ରେ ପ୍ରଶ୍ନ? ଏପରିକି ଲୋକଙ୍କୁ ହାଇ ଟେକ୍ନୋଲୋଜି ତୀର ଜୁଆ ଖେଳ ପ୍ରକୁତରେ ଏହା ମନୋରଞ୍ଜନ ନାଁ ଜୁଆଖେଳ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ l ତେବେ ଜବାବ ରଖିବେ କି ଜିଲ୍ଲା ପୋଲିସ ମୁଖିଆ ବୋଲି ପ୍ରଶ୍ନ କରୁଛନ୍ତି ଲୋକଙ୍କ ସରକାର ସମୟରେ ଲୋକେ।ଏ ସମ୍ପର୍କିତ ଖବର ଉପରେ ଆମେ ଅତାବିରା ପୋଲିସ କୁ ପଚାରିବାରୁ ଅତାବିରା ପୋଲିସ ର ଉତ୍ତର ସ୍ୱରୂପ ଏହା ଏକ ପିଲା ଛୁଆ ଙ୍କ ପାଇଁ ମନୋରଞ୍ଜନ ର ଖେଳ,ମନୋରଞ୍ଜନ ନାଁରେ ଲୋକଙ୍କ ଭିଡ଼ କହୁଛି ଏହା ଅନ୍ୟ କିଛି ? ଏପରିକି ପ୍ରତ୍ୟେକ ଯାତ୍ରା ରେ ହେଉଛି ଏହି “ତୀର ଜୁଆ ଖେଳ” ହେଲେ କେହି ତ ଅଭିଯୋଗ କରିନାହାଁନ୍ତି ଆଜି ପର୍ଯ୍ୟନ୍ତ ବୋଲି କହନ୍ତି ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ।ତେବେ ଏଠି ପ୍ରଶ୍ନ ଉଠେ ଯଦି ପୋଲିସ କୁ କେହି ଅଭିଯୋଗ କଲେ ଯାଇ ପୋଲିସ ଉଚିତ କାର୍ଯ୍ୟ ଗ୍ରହଣ କରିବ ନ ହେଲେ ସବୁ ଦେଖି ନ ଦେଖିଲା ପରି ଯଦି ଅଭିନୟ କରିବ ତେବେ ଆଇନ ଶୃଙ୍ଖଳା ବିଗିଡ଼ିବା ଥୟ ।ତେବେ ହଁ ଦର୍ଶକ ବନ୍ଧୁ ଗଣତନ୍ତ୍ର ସ୍ୱାଧୀନ ଦେଶରେ ଆପଣ ମାନଙ୍କ ମତାମତ ଆମ ପାଇଁ ଆଶୀର୍ବାଦ l

Leave a Reply

Your email address will not be published. Required fields are marked *