“ପ୍ରିୟ” କାର୍ଯ୍ୟାଳୟ ଠାରେ ଜାତୀୟ ଯୁବ ଦିବସ ପାଳିତ

ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଓ ପ୍ରିୟ ଯୁବ ଅନୁଷ୍ଠାନ ମିଲିତାନୁକୁଲ୍ୟ ରେ ଜାତୀୟ ଯୁବ ଦିବସ ଗାଁଦିଆ ବ୍ଲକ ର ଲାଉଲଇ ସ୍ଥିତ ପ୍ରିୟ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଅଛି । ଏହାକୁ ମୁଖ୍ୟ ଅତିଥି ଭାବେ ଡ. ସାହିଲ ଆଫ୍ରିଦ୍ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ। ଜାତୀୟ ଯୁବ ଦିବସ ର ତାର୍ପଯ୍ୟ ପ୍ରିୟ ର ନିର୍ଦ୍ଦେଶକ ଟଙ୍କଧର ବାରିକ ଯୁବକ ଯୁବତୀ ମାନଙ୍କୁ ବୁଝାଇ କହିଥିଲେ। ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଏକ ଭାଷଣ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା। LED ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ଉଦବୋଧନ ଯୁବକ ଯୁବତୀ ମାନେ ଶୁଣିଥିଲେ । ସର୍ବ ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
