Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପ୍ରେମିକା କୁ ଭେଟିବାକୁ ପ୍ରେମିକ ବାବା ବେଶରେ ଆସି ହଟହଟା 

ଜେ ବି ଏନ, ୦୩/୦୨ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ପ୍ରେମିକ ହଟହଟା। ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଘଟିଛି ଏଭଳି ଏକ ଚମତ୍କାର ଘଟଣା। ଯୁବକଙ୍କୁ ପିଲା ଚୋର ସନ୍ଦେହରେ କାବୁ କଲେ ସ୍ଥାନୀୟ ଲୋକ। ଯୁବକଙ୍କୁ ପୋଲିସର ଜିମାଦେଲେ।ଯୁବକ ଏବେ ଥାନାରେ ଅଟକ। ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଯୁକ୍ତ ଦୁଇ କଲେଜ୍ ଛାତ୍ର ବୋଲି ଜଣାପଡିଛି। ପୋଲିସ୍ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି। ପ୍ରେମିକାଙ୍କ ପରିବାର ଲୋକ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରୁନଥିବାରୁ ଏଭଳି ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଉଥିଲେ। ଅପରିଚିତ ଯୁବକଙ୍କୁ ବାବା ବେଶରେ ଯାଇ କିଛି ଚାଉଳ ଓ 5 ଟଙ୍କା ଭିକ୍ୟ କରିଥିଲେ ପ୍ରେମିକାଙ୍କ ଘରେ ବୋଲି ସୁଣିବାକୁ ମିଳୁଛି ।ଏସବୁ ବାବା ବେଶକୁ ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କରିଥିଲେ ।ଯେହେତୁ ସାରା ଓଡିଶାରେ ପିଲା ଚୋର ଲାଗି ରହିଛି।ପ୍ରକୃତ ରେ ସେହି ଭଣ୍ଡ ବାବା ଜଣଙ୍କ ଏକ ଯୁବତୀକୁ ଭଲ ପାଉଥିବାରୁ ଯୁବତୀ ଜଣଙ୍କ ପ୍ରେମିକ ଙ୍କୁ କହିଥିଲେ ଯେ ବାବା ବେଶରେ ଆସିଲେ ତାଙ୍କ ମା ବାବାଙ୍କୁ ଭକ୍ତିର ଶହ ବିଶ୍ଵାସ କରିବେ ଘରକୁ ଡାକିବେ ତେଣୁ ଯୁବକ ଯୁବତୀ ଙ୍କ ପ୍ରେମ ସଫଳ ହେବ ବୋଲି କହିଥିଲେ। ସେଥି ପାଇଁ ଯୁବକ ଜଣଙ୍କ ଛଦ୍ମ ବେଶରେ ଆସିଥିଲେ ବୋଲି ଧବଳ ଗିରି ଫେରୋକ୍ରୋମ କଲନି ର ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଥିଲା।ଭଣ୍ଡ ବାବା ପାଖରେ ଏକ ବ୍ୟଗ ଓ ପିସ ପୋଟ ଫଠ ଦେଖିବାକୁ ମିଳିଥିଲା।