ପ୍ଲାଷ୍ଟିକସ୍ ଆବର୍ଜନା ପରିବେଶ ପାଇଁ କ୍ଷତିକାରକ

(ଏକକ ବ୍ୟବହୃତ ପ୍ଲାଷ୍ଟିକସ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ)
ବରଗଡ଼ (ପବିତ୍ର ମେହେର)::ପ୍ଲାଷ୍ଟିକ ନିର୍ମିତ ସାମଗ୍ରୀଗୁଡ଼ିକ ଜୈବ ଅବକ୍ଷୟ ଅକ୍ଷମ ହୋଇଥିବା ଯୋଗୁଁ ଭୂତଳକୁ ଜଳ ପ୍ରବେଶ କରାଇବାରେ ପ୍ରତିବନ୍ଧକ ସୃଷ୍ଟି କରେ। ଏତଦବ୍ୟତୀତ ପ୍ଲାଷ୍ଟିକସ ଆବର୍ଜନା ଉପରେ ସୂର୍ଯ୍ୟାଲୋକ ପଡ଼ିବା ଦ୍ବାରା ସେଥିରୁ ବିଷାକ୍ତ ପଦାର୍ଥ ନିର୍ଗତ ହୋଇ ପରିବେଶ ପ୍ରଦୂଷଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେଣୁ ପ୍ଲାଷ୍ଟିକର ନିୟନ୍ତ୍ରିତ ବ୍ଯବହାର କରିବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟଅତିଥି ଭାବରେ ଏବିଇଓ ଲାଲମୋହନ ସିଂ,ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ଯୋଗ ଦେଇଥିଲେ। ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଛାତ୍ରଛାତ୍ରୀ ମାନଙ୍କୁ ସବୁଜ ଶପଥ ପାଠ କରାଇବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ନିମନ୍ତେ ସମସ୍ତେ ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ଯବହାରକୁ ବର୍ଜନ କରିବା ସହିତ ପ୍ଲାଷ୍ଟିକର ସୀମିତ ବ୍ଯବହାର କରିବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ତଥା ପରିଦର୍ଶକମାନଙ୍କୁ ବିଦ୍ୟାଳୟକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ସହିତ ପ୍ରବେଶ ନ କରିବା ପାଇଁ ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ ଓ ୟୁଥ୍ ଆଣ୍ଡ ଇକୋ କ୍ଲବ,ଶକ୍ତି କ୍ଲବ୍ ଓ ମାନକ କ୍ଲବ ତରଫରୁ ଅନୁରୋଧ କରାଯାଇଥିଲା। ଶିକ୍ଷକ ଶ୍ରୀପତି ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ସି ଆର ସି ସି କେଦାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

