ଫିଲିପାଇନ୍ସରେ ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା, ୪ ପାଇଲଟଙ୍କ ମୃତ୍ୟୁ
ମାନିଲା: ଫିଲିପାଇନ୍ସରେ ଏକ ଭୟାବହ ବିମାନ ଦୁର୍ଘଟଣାରେ ୪ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ରାଜଧାନୀ ମାନିଲା ନିକଟରେ ଆକାଶରେ ଦୁଇଟି ଟ୍ରେନିଂ ବିମାନ ପରସ୍ପର ସହ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଉଡ଼ାଣ ଅଭ୍ୟାସ ସମୟରେ ଦୁଇଟି ଟ୍ରେନିଂ ଏୟାରକ୍ରାଫ୍ଟ ପରସ୍ପର ସହ ଧକ୍କା ହୋଇଥିଲା। ଧକ୍କା ପରେ ବିମାନଗୁଡ଼ିକ ଏକ ଏୟାରବେସ୍ ପରିସରରେ ଖସିପଡ଼ିଥିବା ଦେଶର ବାୟୁସେନା ପକ୍ଷରୁ ସୂଚନା ମିଳିଛି।
ଏହି ଦୁର୍ଘଟଣାରେ ଚାରି ଜଣ ପାଇଲଟଙ୍କ ଜୀବନ ଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏବଂ ଉଡ଼ାଣ ସମୟରେ କେଉଁ ପରିସ୍ଥିତିରେ ଦୁଇ ବିମାନ ପରସ୍ପର ସହ ଧକ୍କା ହେଲା, ସେନେଇ ଅଧିକ ତଥ୍ୟ ଅପେକ୍ଷାରେ ରହିଛି।
ଏହି ଘଟଣା ବିମାନ ଚଳାଚଳ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ଏହାର କାରଣ ସ୍ପଷ୍ଟ ହେବ।
#ଫିଲିପାଇନ୍ସ #ବିମାନଦୁର୍ଘଟଣା #ମାନିଲା #ପାଇଲଟ #ଆନ୍ତର୍ଜାତୀୟଖବର
