Spread the love

ଅନୁଗୁଳଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳି ଡ୍ୟାମ୍‌ର ୩ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମ୍‌ ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୂର୍ବରୁ ଗୋଟିଏ ଗେଟ୍‌ ଖୋଲିଥିବା ବେଳେ ୨୪ ତାରିଖ ଅପରାହ୍‌ଣରେ ଦ୍ୱିତୀୟ ଓ ୨୫ ତାରିଖ ରାତି ୨ ଟା ୩୮ ମିନିଟ୍‌ରେ ତୃତୀୟ ଗେଟ୍‌ (ଗେଟ୍‌ ନଂ ୧୧)କୁ ଖୋଲାଯାଇଛି।

ରେଙ୍ଗାଳି ଡ୍ୟାମ୍‌ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩. ୫୦ ମିଟର ଥିବା ବେଳେ ଡ୍ୟାମ୍‌ ଜଳଧାରଣ ସାରଣୀ ଅନୁଯାୟୀ ଜଳସ୍ତର ୧୧୪.୦୫ ମିଟର ରହିବା କଥା। ଆଜି ଅପରାହ୍‌ଣ ୪ଟା ସୁଦ୍ଧା ରେଙ୍ଗାଳି ଡ୍ୟାମ୍‌ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୨୦.୬୨ ମିଟର ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪୮୫୬.୪୩ ଘନ ମିଟର ବନ୍ୟା ଜଳ ପ୍ରବେଶ କରୁଛି।

Leave a Reply

Your email address will not be published. Required fields are marked *