Spread the love

ବଅଁରପାଳ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ୍ ,ବିଜୁଳି କାଟ ସମସ୍ୟା ନୁହେଁ ରୋଜଗାର ଉପରେ ମଧ୍ଯ ପଡୁଛି ପ୍ରଭାବ

ଅନୁଗୋଳ/ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ ବିଭ୍ରାଟ/କାଟ ନେଇ ଅସନ୍ତୋଷ ଦେଖାଯାଇଛି। ବିଶେଷ କରି ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ବିଜୁଳି ଉପରେ ନିର୍ଭର କରି ଚଳୁଥିବା ଦୋକାନୀ ଓ ଛୋଟ ମୋଟ କାରଖାନା, ଚାଷୀ ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହୋଇ କ୍ଷତି ସହୁଛନ୍ତି।ଆଜିର ଆଧୁନିକ ଯୁଗରେ ଖାଦ୍ୟ, ବସ୍ତ୍ର ଓ ବାସଗୃହ କେବଳ ଜୀବନ ଜୀବିକାର ସାଧନ ହୋଇ ରହି ନାହିଁ, ତା ସାଙ୍ଗକୁ ଅତ୍ୟାଧୁନିକ ଆବଶ୍ୟକତା ଗୁଡ଼ିକୁ ଵାଦ୍ ଦିଆ ଯାଇ ପାରିବ ନାହିଁ। ଯେପରିକି ଟିଭି, ଏସି, ଫ୍ରିଜ୍, ୱାଶିଂ ମେସିନ୍ ଇତ୍ୟାଦି ଇତ୍ୟାଦି। ଏତଦ୍ ବ୍ୟତୀତ ହୋଟେଲ, ଶୋପିଙ୍ଗ ମଲ୍, ବିଭିନ୍ନ ଶିକ୍ଷାନଷ୍ଠାନ, କାରଖାନା, ସ୍କୁଲ୍, କଲେଜ୍, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବୈଷୟିକ ଶିକ୍ଷା ଅନୁଷ୍ଠାନ, ବ୍ୟାଙ୍କ୍ , ଡାକ୍ତରଖାନାରେ ମଧ୍ଯ ଆଧୁନିକତାର ସ୍ପଷ୍ଟ ଚିତ୍ର ଦେଖାଯାଉଛି। ଯାହା ସାଧାରଣ ଜନତା ଦୈନଦିନ ଜୀବନରେ ବ୍ୟବହାର କରୁଛନ୍ତି। ଏ ସବୁ ବୈଦ୍ୟୁତିକ ଉପକରଣ ଗୁଡିକ ବିନା ବିଜୁଳିରେ ଚାଲିବା ସମ୍ଭବ ନୁହେଁ। ମାତ୍ର ଏ ଅଞ୍ଚଳରେ ଦିନକୁ ଦିନ ବିଜୁଳି ବିଭ୍ରାଟ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳ ଵାସୀ ମିଡ଼ିଆର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ସହିତ ସାକ୍ଷାତକାରରେ କହିଛନ୍ତି ଯେ ଜଦି କୌଣସି ସ୍ଥାୟୀ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ସଂଘବଦ୍ଧ ହୋଇ ବଅଁରପାଳ ବିଜୁଳି ବିଭାଗ ଗେଟ୍ ସମ୍ମୁଖରେ ଧାରଣା ଦେବେ। ଏଥି ସହିତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବିଡ଼ିଓ, ଏସିଡଓ, ତହସିଲଦାର, ଥାନା ଅଧିକାରୀ, ବ୍ଲକ୍ ଚେୟାରମେନ, ସ୍ଥାନୀୟ ବୁଦ୍ଧିଜୀବୀ, ଅନୁଗୋଳ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଏମ ପି ଶ୍ରୀ ରୁଦ୍ର ନାରାୟଣ ପାଣି ଏବଂ ମାନ୍ୟବର ଶକ୍ତି ମନ୍ତ୍ରୀ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *