Spread the love

ଭୂବନେଶ୍ବର,୧୩/୨ : ଆଜି ବଜେଟ୍ ଅଧିବେଶନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଅଭିଭାଷଣ ରଖିଛନ୍ତି ।’ଜୟ ଜଗନ୍ନାଥ’ କହି ଅଭିଭାଷଣ ଆରମ୍ଭ କରି ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ। ସେ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି।

‘ସରକାର ନୂଆ ଶିକ୍ଷାନୀତିକୁ ଓଡ଼ିଶାରେ ଲାଗୁ କରିଛନ୍ତି। ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ହୋଇ ରହିଛି। ଓଡ଼ିଶା ନିଜର ଐତିହ୍ୟ ଓ କୀର୍ତ୍ତିରାଜି ପାଇଁ ପରିଚିତ।’ମୋ ସରକାର ଧାନର ଏମଏସପି ୮୦୦ ଟଙ୍କା ବଢ଼ାଇଛନ୍ତି।ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି କହିଛନ୍ତି,୧.୩୬ ଲକ୍ଷ ପଞ୍ଜିକୃତ କୃଷକଙ୍କ ପାଇଁ ଚାଷବୀମା କରାଯାଇଛି। ସ୍ବାଭିମାନ ଅଞ୍ଚଳରେ ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ କରାଯାଇଛି। ଏଣେ ‘ସୁଭଦ୍ରା’ ଯୋଜନାରେ କୋଟିଏ ମହିଳା ଲାଭବାନ ହୋଇଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖାଯାଇଛି।

Leave a Reply

Your email address will not be published. Required fields are marked *