ବଡ଼ଓଷା ଛୁଟି ପାଇଁ ୨୩ ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ବାତିଲ
ଅନୁଗୋଳ, ୧୭/୧୧: ଆସନ୍ତା ୨୩ ତାରିଖ ସୋମବାର ଦିନ ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ପତ୍ର ସଂଖ୍ୟା-୦୧ (ତା. ୦୧.୦୧.୨୦୨୬) ଅନୁଯାୟୀ, ଚଳିତ ମାସ ୨୩ ତାରିଖରେ ‘ବଡ଼ଓଷା’ ଉପଲକ୍ଷେ ଅନୁଗୋଳ ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ସରକାରୀ ଛୁଟି କାରଣରୁ ଏହି ଜନଶୁଣାଣି ଶିବିର ଅନୁଷ୍ଠିତ ହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ସାଧାରଣ ଜନତା ଅବଗତ ହେବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ବିବୃତି ମାଧ୍ୟମରେ ଅନୁରୋଧ କରାଯାଇଛି।
