Spread the love

ବଡ଼ବିଲ ପୋଲିସ୍ ପକ୍ଷରୁ ପଚିଶଟି ମୋଟର ସାଇକେଲ ଜବତ।ବିକଟାଳ ଚିତ୍କାର କରୁଥିବା ମୋଟର ସାଇକେଲ ବାଲାଙ୍କ ତ୍ରାହି ନାହିଁ।କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପୋଲିସ୍ ପକ୍ଷରୁ ପଚିଶଟି ମୋଟର ସାଇକେଲ ଜବତ କରିବା ସହ ବିକଟାଳ ଚିତ୍କାର କରି ସହର ମଧ୍ୟରେ ବୁଲୁଥିବା ମୋଟରସାଇକେଲ ର ସାଇଲେଂସର୍ କୁ ଖୋଲା କରାଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବିଗତ କିଛିଦିନ ଧରି ଦେଖାଯାଇଥିଲା କି କିଛି ଲୋକଙ୍କ ମୋଟର ସାଇକେଲ ଗୁଡ଼ିକ ବିକଟାଳ ଚିତ୍କାର କରି ବଡ଼ବିଲ ପୌରାଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଅସ୍ତ ବ୍ୟସ୍ତ କରୁଥିଲା। ଯାହାର ଅଭିଯୋଗ ଅଞ୍ଚଳ ବାସିନ୍ଦା ମାନେ କରିଆସୁଥିଲେ। ଡେରିରେ ହେଲେ ମଧ୍ୟ ବଡ଼ବିଲ ପୋଲିସ୍ ପକ୍ଷରୁ ଏଦିଗରେ ଗୁରୁତର ଧ୍ୟାନ ଦେଇ ପଚିସ୍ ଟି ମୋଟର ସାଇକେଲ କୁ ଜବତ୍ କରିବା ସହ ଏପରି ବିକଟାଳ ଚିତ୍କାର କରୁଥିବା ସାଇଲେଂଶର ସବୁକୁ ଖୋଲି ଅଲଗା କରିବା ସହ ଗାଡ଼ି ମାଲିକ ମାନଙ୍କୁ mvpr ଦେବାସହ ସଚେତନ ରହିବାକୁ ତାଗିଦ୍ କରିଛି ବଡ଼ବିଲ ପୋଲିସ୍, ବଡ଼ବିଲ ପୋଲିସ୍ ର ଏହି ଅଭିଯାନକୁ si ବରଦା ପ୍ରସନ୍ନ ସାହୁଙ୍କ ପ୍ରତେଖ୍ୟ ତତ୍ତ୍ଵାବଧାନରେ ବଡ଼ବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶନାରେ କରଯାଇଥିଲା। କିନ୍ତୁ କିଛି ଗାଡି ମାଲିକଙ୍କ ଅଭିଯୋଗ ସେମାନେ ମୂଳ ସାଇଲେନ୍ସର୍ ଯାହାକି ଗାଡ଼ି କିଣା ସମୟରେ ଲାଗିଥିଲା ତାହାକୁ ମଧ୍ୟ ପୋଲିସ୍ ଗାଡିରୁ ଖୋଲି ଥିବା କହିଛନ୍ତି , ଏଥିପ୍ରତି ବଡ଼ବିଲ ପୋଲିସ୍ ପ୍ରଶାସନ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଲୋକେ କହିଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *